ପବିତ୍ର ଓଡିଶା ଦିବସ ପାଳିଲେ ଚୌଦ୍ୱାର ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ରର ଅନ୍ତେବାସୀ |

162

କଟକ (ଉତ୍କଳ ନ୍ୟୁଜ ) ୦୧-୪-୨୦୨୫ : ଆଜି ଏପ୍ରିଲ ୧ ତାରିଖ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଉତ୍କଳ ଦିବସ ପାଳନ କରାଯିବାର ବ୍ୟବସ୍ଥା ଥିଲାବେଳେ ମାନ୍ୟବର ରାଜ୍ୟ ସରକାର ଙ୍କ ନିର୍ଦେଶ କର୍ମେ ଓଡିଶା ଦିବସ ପାଳନ ଘୋଷଣା ପରେ ଆମ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ନିଷ୍ପତି ହେଲା ଆମ୍ଭେ ଚଳିତ ବର୍ଷ ଉତ୍କଳ ଦିବସ ପରିବର୍ତ୍ତେ ଓଡିଶା ଦିବସ ପାଳନ କରାଯିବ l ଆଜି ଉଦ୍ଧାର ଫାଉଣ୍ଡେସନ କର୍ମକର୍ତା ଙ୍କ ସହଯୋଗ ରେ କଟକ ଜିଲ୍ଲା ଚୌଦ୍ୱାର ରେ ଥିବା ଓଡିଶା ର ସର୍ବ ପ୍ରଥମ ନାବାଳକ ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ପରିବର୍ତ୍ତନ ନାମକ ସେବା ଅନୁଷ୍ଠାନ ରେ ବର୍ତ୍ତମାନ ୪୦ ଜଣ ଅନ୍ତେବାସୀ ରହି ନିଜର ଭବିଷ୍ୟତ ଗଠନ ରେ ପ୍ରୟାସ ଜାରି ରଖିଛନ୍ତି l ଆଜି ସମସ୍ତ ଅନ୍ତେବାସୀ, କର୍ମଚାରୀ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ କର୍ମକର୍ତା ମନେ ମିଳିତ ପ୍ରୟାସ ରେ କେନ୍ଦ୍ର ପରିସରରେ ଓଡିଶା ଦିବସ ପାଳନ କରାଗଲା l ଓଡିଶା ଦିବସ ର ତାତ୍ପର୍ଯ୍ୟ ଅଧକ୍ଷ ନରୋତ୍ତମ ଦାସ ଅନ୍ତେବାସୀ ଙ୍କୁ ବୁଝାଇଥିଲେ l ଆଜିର ଦିନ ରେ ଇଂରେଜ ଙ୍କ ସହ ଲଢେଇ କରି ଉତ୍କଳ ପ୍ରଦେଶ ଗଠନ କରିଥିବା ସେହି ମହାନାୟକ ଙ୍କ ମଧ୍ୟରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମହାତ୍ମାଗାନ୍ଧୀ, ବିଜୁ ପଟ୍ଟନାୟକ, ବକ୍ସି ଜଗବନ୍ଧୁ ଦାସ, କବିବର ରାଧାନାଥ ରଥ, ଫକୀର ମୋହନ ସେନାପତି, ସୁବାସ ଚନ୍ଦ୍ର ବୋଷ ପ୍ରମୁଖ ଙ୍କୁ ଫୁଲ, ଧୂପ ଦେଇ ସ୍ମୃତି ଚାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପରିବର୍ତ୍ତନ କେନ୍ଦ୍ର ର ମୁଖ୍ୟ ସେବକ ବଦ୍ରିନାରାୟଣ ଅଧିକାରୀ, ଭାରପ୍ରାପ୍ତ ଅଧିକାରିଣୀ ପ୍ରିୟଙ୍କା ଦାସ, ସୁବ୍ରତ ଖଟୁଆ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଗୋଲାପ ସିଂ, ବରିଷ୍ଠ ସଦସ୍ୟା ଅଞ୍ଜନା ନାୟକ , ଖୁଲଣା ସାହୁ, ସଞ୍ଜୟ ଦାସ, ସୁନୀଲ ମୁର୍ମୁ, ଶୁଭମ ବେହେରା, ସତ୍ୟପ୍ରକାଶ ସାହୁ,ସୋନୁ ରାୟ ଓ ସାଇରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l