କଟକ (ଉତ୍କଳ ନ୍ୟୁଜ ) ୧୦-୪-୨୦୨୫ : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ କଖଡି ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ୬୮ତମ ବିଶ୍ଵଶାନ୍ତି ହିଙ୍ଗୁଳା ମହାଯଜ୍ଞ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି । ମା ଙ୍କ କଳସ ଯାତ୍ରା ସକାଳ ୮ ଘଟିକା ସମୟରେ କଖଡି ଘାଟକୂଳ ମହାନଦୀ ରୁ ବାହାରି ବାବା ବାଞ୍ଛେ ଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ ଥିବା ଯଜ୍ଞ ମଣ୍ଡପ କୁ ଅଣାଯାଇଥିଲା । ଏହି କଳସ ଶୋଭାଯାତ୍ରା ରେ ପ୍ରାୟ ୩୦୦ ରୁ ୩୫୦ ଜଣ ମହିଳା କଳସ ଯାତ୍ରା ରେ ଭାଗ ନେଇଥିଲେ । ବାଜା , ଘଣ୍ଟ ରେ ମା ଙ୍କ କଳସ କୁ ସ୍ଵାଗତ କରି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯଜ୍ଞ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା , ସହ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ସାହୁ , କଖଡି ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଛତାର , ସମ୍ପାଦକ ସନ୍ତୋଷ କୁମାର ବେଦାନ୍ତ , ଓମ୍ ପ୍ରକାଶ ମୁଦୁଲି , ରଞ୍ଜନ କୁମାର ମୁଦୁଲି , ନରେନ୍ଦ୍ର କୁମାର ସାହୁ , ସନାତନ ମହାନ୍ତି , ପ୍ରକାଶ ଚନ୍ଦ୍ର ମୁଦୁଲି , ବେଣୁଧର ସାହୁ ଙ୍କ ସହିତ ଯୁବକ ସାଥୀ ଉପସ୍ଥିତ ଥିଲେ । କଖଡି ରୁ ସୌମ୍ୟରଞ୍ଜନ ବାରିକ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।