କଟକ ( ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୫ : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଶ୍ରମିକର ଜୀବନ । ମୃତକ ଭଦ୍ରକ ଜିଲ୍ଲା ତିହିଡି ତହସିଲ ମଙ୍ଗଳପୁର ପଞ୍ଚାୟତ ଅଧିନ ମଙ୍ଗଳପୁର ଗାଁର ଲକ୍ଷ୍ମୀଧର ସେଠୀ(୬୦) ବୋଲି ଜଣା ଯାଇଛି । ମୂଲ ଲାଗିଲେ ପରିବାର ଚଳେ । କୌଣସି କାମରେ ବୁଧବାର ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଏକ ବାଇକରେ ବସି ତିହିଡିରୁ ନନ୍ଦପୁର ଯାଉଥିବା ସମୟରେ ସାମନା ପଟୁ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଲକ୍ଷ୍ମୀଧରଙ୍କ ସମେତ ଦୁଇଟି ବାଇକ୍ରେ ଥିବା ୪ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଧିକ ଗୁରୁତର ହେବାରୁ ତାଙ୍କୁ ରାତି ପ୍ରାୟ ୧୦ ଘଟିକା ସମୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପହଁଞ୍ôଚବା ପରେ ରାତି ପ୍ରାୟ ୧୨ ଘଟିକାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁବାର ସକାଳେ କଟକରେ ଶବ୍ୟ ବ୍ୟବଚ୍ଛେଦ କରାଯିବା ପରେ ଲକ୍ଷ୍ମୀଧରଙ୍କ ମରଶରୀରକୁ ଗାଁକୁ ଅଣାଯାଇଥିଲା । ଶୋକାକୁଳ ପରିବେଶରେ ଲକ୍ଷ୍ମୀଧରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସ୍ତ୍ରୀ ସମେତ ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ସରକାରୀ ସ୍ତରରେ ମୃତକ ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |