କଟକ ଜିଲ୍ଲା କଂଗେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଧାରଣା |

96

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୬ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କୁ ମୂଳ ରୂପରେ ଫେରାଇ ଆଣିବା ଦାବିରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ପ୍ରଦୀପ୍ତ ଦାସ ଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ଏକ ଲିଖିତ ଦାବିପତ୍ର ଦିଆଯାଇଥିଲା ।ୟୁପିଏ ସରକାର ଦ୍ବାରା ୨୦୦୫ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ (ମନରେଗା) ଏକ ଅଧିକାର ଆଧାରିତ ଆଇନ । ଏହା ପ୍ରତିବର୍ଷ ୫ରୁ ୬କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଧିକ୍ର ଦେଇ ଆସିଥିଲା ।ସମୁଦାୟ କାର୍ଯ୍ୟ ଦିନର ପ୍ରାୟ ୬୦% ମହିଳା ମାନଙ୍କର ରହି ଆସୁଥିଲା ।କିନ୍ତୁ ବିଜେପି ସରକାର ଅସହିଷ୍ଣୁତା ହୋଇ ଏହି ଯୋଜନା ରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ନାମକୁ କାଟି ଦେବା ଏକ ହୀନ ମନ୍ୟତାର ପ୍ରମାଣ ଦିଏ । ନୂତନ ଭିବି-ଜିରାମ-ଜି ଯୋଜନା ଏହି ଆଇନ ରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ।ଏହି ନୂଆ ଆଇନ କୋଟିକୋଟି ଶ୍ରମିକଙ୍କ ଅଧିକାରକୁ ଛଡେଇ ନିଆଯାଇଛି।ଗରିବ ମାନଙ୍କୁ କାମ ମାଗିବାର ଅଧିକାରକୁ ଛଡେଇ ନିଆଯାଇଛି ।ଏସସି/ଏସଟି/ଓବିସି ସମାଜର ମନରେଗା ଶ୍ରମିକ ମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାକୁ ଚକ୍ରାନ୍ତ କରାଯାଇଛି ।ରୋଜଗାର ଦେବା ଦାୟିତ୍ବ ରୁ କେନ୍ଦ୍ର ସରକାର ପଳାୟନ କରୁଛନ୍ତି ।ମନରେଗା ଆଇନ ରେ ଶ୍ରମିକ ମଜୁରୀର ସମ୍ପୂର୍ଣ ବଜେଟ କେନ୍ଦ୍ର ସରକାର ଦେଉଥିଲେ ମାତ୍ର ନୂଆ ଆଇନ ରେ କେନ୍ଦ୍ର ସରକାର କେବଳ ୬୦% ବଜେଟ ଦେବେ ଏବଂ ରାଜ୍ୟ ସରକାର ୪୦% ଦେବେ ।ନୂଆ ଆଇନରେ ଏହାକୁ କେବଳ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କରାଯାଇଛି ଓ ରୋଜଗାରର ଅଧିକାରକୁ ନଷ୍ଟ କରାଯାଇଛି ।ତେଣୁ ନୂଆ ଆଇନ କୁ ପ୍ରତ୍ୟାହାର କରି ଆଉଥରେ ମନରେଗା କାର୍ଯ୍ୟକାରୀ କରିବାକୁ ଦାବୀ କରିଛି କଂଗ୍ରେସ ।ଏଥି ସହିତ ଚାଷୀ ଙ୍କ ଅମଳ କରିଥିବା ସମସ୍ତ ଧାନକୁ ରାଜ୍ୟ ସରକାର ମଣ୍ଡି ମାଧ୍ୟମରେ କ୍ରୟ କରିବାକୁ ପଦକ୍ଷେପ ନିଆଯିବା ଦାବୀ କରିଛି କଂଗ୍ରେସ ।ମୁଖପାତ୍ର ମାନସ ପରିଡ଼ା ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ନେତା ବାଙ୍କନିଧି ବେହେରା,କଟକ ନଗର କଂଗ୍ରେସ ଉପସଭାପତି ରାଜେନ୍ଦ୍ର ପଟ୍ଟନାୟକ, ପିସିସି ସଭ୍ୟ ବିଶ୍ଵନାଥ ଶତପଥୀ, କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ଓ ବିଷ୍ଣୁ ଚରଣ ବାରିକ, ଆଠଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ,ଜିଲ୍ଲା ଅନୁସୂଚିତ ଜାତି ସେଲ ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ବରିଷ୍ଠ ନେତା ପ୍ରଶାନ୍ତ ବେହେରା ଓ ବିପନ ପଶାୟତ, ରାଜୀବ ଗାନ୍ଧୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ଲେଙ୍କା, ପ୍ରାକ୍ତନ ସରପଞ୍ଚ କିରଣ ଖଟୁଆ,ବରିଷ୍ଠ ନେତା ନାରାୟଣ ଦ୍ବିବେଦୀ, କୃଷକ ନେତା ନିମାଇଁ ଚରଣ ରାଉତରାୟ,ନାରୀନେତ୍ରୀ ନଳିନୀ ଉଦ୍ଗାତା,ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ ସୁରେନ୍ଦ୍ର ମହାରଣା, ପ୍ରାକ୍ତନ ବ୍ଲକ ସଭାପତି ତଥା ବରିଷ୍ଠ ନେତା ଗିରିଜା ପଟ୍ଟନାୟକ, ଶିଶିର ମିଶ୍ର, ଆଶୁତୋଷ ବରାଳ, ପ୍ରମୋଦ ଖୁଣ୍ଟିଆ, ଡ଼ ଦେବାଶିଷ ଭୂୟାଁ,ରମେଶ ଚନ୍ଦ୍ର ସାହୁ,ଅଶୋକ ବାରିକ୍, ନିରୁପମା ଦାସ , ଦିବ୍ୟରଞ୍ଜନ ପ୍ରଧାନ, ପ୍ରଦ୍ୟୁମ୍ନ ଖଟେଇ ପ୍ରମୁଖ ଯୋଗଦେଇ ବିଜେପି ସରକାରକୁ କଡା ସମାଲୋଚନା କରିବା ସହ ମନରେଗା କୁ ମୂଳ ରୂପରେ ଫେରାଇ ଆଣିବାକୁ ଦାବି କରିଥିଲେ ।ଶେଷରେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।