ଜୁଲାଇ ୧୭ ଓଡିଶା ବନ୍ଦ ପାଇଁ ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ଭଦ୍ରକ ସହରରେ ବାଇକ୍ ଶୋଭାଯାତ୍ରା ଓ ସଭା।

243

କଟକ(ଉତ୍କଳ ନିଉଜ)୧୬/୦୭/୨୦୨୫ : ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ନେତ୍ରୀ ସୌମ୍ଯଶ୍ରୀ ବିଶିଙ୍କ ଆନୁଷ୍ଠାନିକ ହତ୍ୟାର ଅଭିଯୁକ୍ତ ଅଧ୍ୟାପକ ମାନଙ୍କୁ ଗିରଫ, ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା, ସୌମଶ୍ରୀ ଆନୁଷ୍ଠାନିକ ହତ୍ୟାର ନ୍ୟାୟିକ ତଦନ୍ତ ଦାବିକରି ମିଳିତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଏକ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସହରର ବିଭିନ୍ନ ସ୍ଥାନରେ ସଭା ସଂଗଠିତ କରିଥିଲେ । ଆସନ୍ତା ଜୁଲାଇ ୧୭ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଭଦ୍ରକ ବାସୀଙ୍କୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରାରେ ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ଅସିତ୍ ପଟ୍ଟନାୟକ, ଜାତୀୟ କଂଗ୍ରେସ ବ୍ଲକ ସଭାପତି ଆଇନଜୀବୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ରାଧାନାଥ ଦାସ, ଗିରିଧାରୀ ନାଥ, ଶ୍ରମିକ ନେତା ରମେଶ ଜେନା, ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ, ହାକିମ ଦାସ, ଚାଷୀ ବିମ୍ବାଧର ବାରିକ୍, ସେକ୍ ସନାଉଲ୍ଲା ପ୍ରମୁଖ ନେତୃତ୍ବ ନେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।