ଶ୍ରୀଶ୍ରୀ ରଘୁନାଥକ୍ଷେତ୍ର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସତସଙ୍ଗ, ଭଜନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ |
କଟକ (ଉତ୍କଳ ନ୍ୟୁଜ ) ୭- ୧୧- ୨୦୨୫ : ଖୋର୍ଦ୍ଧା ଜିଲ୍ଲାର ହରିଡାମଡ଼ା ଗ୍ରାମ ସ୍ଥିତ ପଞ୍ଚବଟୀ ଆଶ୍ରମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ରଘୁନାଥକ୍ଷେତ୍ର ମନ୍ଦିରରେ କାର୍ଭିକ ପୂର୍ଣ୍ଣିମା ଉପଲକ୍ଷେ ସତସଙ୍ଗ, ଭଜନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ହରିବୋଲ ହୁଳହୁଳି ରେ ପଞ୍ଚବଟୀ ଆଶ୍ରମ ଆଜି ଭାବଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହା ସହିତ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟ କ୍ରମ କରାଯାଇଥିଲା। ଡକ୍ଟର ସୁଦର୍ଶନ ପଣ୍ଡା, ଡକ୍ଟର ସୁଶୀଲ କୁମାର ମହାପାତ୍ର, ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସାଧୁସନ୍ଥ, ବିଦ୍ଵାନମଣ୍ଡଳୀ ଉପସ୍ଥିତ ଥିଲେ। ଏହି ଅବସରରେ ବାଞ୍ଛାନିଧୁ ବେହେରା, ଶଙ୍କର କୁମାର ମେହେର, ଅଶୋକ କୁମାର ମେହର,ସୁନିଲ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶ୍ରମ ପରିଚାଳନା ନିର୍ଦ୍ଦେଶିକା ସଞ୍ଜିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ସମୁଦାୟ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ପଞ୍ଚବଟୀ ଆଶ୍ରମ ଅଧ୍ୟକ୍ଷ ଜ୍ୟୋତିର୍ବିଦ ଆଚାର୍ଯ୍ୟ ସଦାଶିବ ମିଶ୍ର ପୌରୋହିତ୍ୟ କରିଥିଲେ। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।