କଟକ (ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଓ ପୀରହାଟ ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ କରିଥିବା ସୂଚନା ମିଳିଛି । ତିହିଡି ଥାନାର ଆଇଆଇସିଭାବେ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଏବଂ ପୀରହାଟ ଥାନାର ଆଇଆଇସିଭାବେ ରୋଜାଲିନ ବେହେରା ବୋଲି ଜଣାଯାଇଛି । ଉଭୟ ସୋମବାର ଦିନ ଯୋଗଦାନ କରିଛନ୍ତି । ଉଭୟ ଥାନାର ଦୀର୍ଘଦିନ ହେବ ଏହି ପଦବୀ ଖାଲି ପଡିଥିବା ବେଳେ ସେମାନଙ୍କ ଯୋଗଦାନ ଲୋକଙ୍କୁ ନ୍ୟାୟ ମିଳିବାରେ ସହାୟ ହେବ ବୋଲି ଆଶା କରାଯାଉଛି । ଏନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ସାମାଜିକ ସଂଗଠନର କର୍ମକର୍ତ୍ତା ସେମାନଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ତେବେ ଚୋରା କୋଇଲା, ମଦ, ଗଞ୍ଜେଇ, ଧଳା ଜହର, ଚୋରୀ, ଡକାୟତି, ରାହାଜାନୀ ଓ ଅନ୍ୟାନ୍ୟ ସଂଗୀନ ଅପରାଧ ସମେତ ବେଆଇନ୍ ଗୋରୁ ଚାଲାଣ ରୋକିବାରେ ପ୍ରାଥମିକତା ଦେବାକୁ ସାଧାରଣରେ ଦାବି କରାଯାଉଛି । ତିହିଡି ହେଉଛି ତିନି ନିର୍ବାଚନ ମଣ୍ଡଳୀର ମଧ୍ୟମ ସ୍ଥଳ । ରାଜନୈତିକ ଆକ୍ରୋଶ ପରିସ୍ଥିତି ରହିବା ସ୍ୱାଭାବିକ । ସେଗୁଡିକର ସ୍ଥିରତା ଆଣିବା ସହିତ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିପାରିଲେ ଥାନାଞ୍ଚଳ ଅପରାଧମୁକ୍ତ ହୋଇ ପାରିବ ବୋଲି ଲୋକେ ଆଶା କରିଛନ୍ତି । ସେହିପରି ଶ୍ୟାମସୁନ୍ଦରପୁରରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଲମ୍ବିଥିବା ପୀରହାଟ ଥାନାରେ କର୍ମଚାରୀ ଅଭାବ ରହିଥିବା ବେଳେ ନୂତନ ଆଇଆଇସିଙ୍କ କାର୍ଯ୍ୟଧାରା ଉପରେ ସମସ୍ତେ ନଜର ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |