ଶାରଳା ହାଇସ୍କୁଲରେ ବନମହୋତ୍ସବ ପାଳିତ।

49

କଟକ ( ଉତ୍କଳ ନ୍ୟୁଜ ) ୧୭-୦୭-୨୦୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ ଓସ୍ତିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାରଳା ହାଇସ୍କୁଲରେ ବନମହୋତ୍ସବ ପ୍ରଧାନ ଶିକ୍ଷକ ଅନୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଇକୋ କ୍ଲବ ମାଷ୍ଟର୍ ଟ୍ରେନର ଗୋପୀନାଥ ଦାଶ, ସମ୍ମାନୀତ ଅତିଥି ଭାବେ ବନପାଳ ଶୁଭକାନ୍ତ ପଣ୍ଡା, ସୁବ୍ରତ ବେହେରା, ସରପଞ୍ଚ ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ଅନିତା ସେଠୀ ସ୍ୱାଗତ ସମ୍ଭାଷଣ, ଅନିମା ଦାଶ ଅତିଥି ପରିଚୟ, ରୋଜାଲିନ୍ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷୟତ୍ରୀ ରୁବିନା ଖାତୁନ, ଦିପ୍ତିରେଖା ସାହୁ, ଅଭୟ ନାୟକ, ମମତାରାଣୀ ମହାନ୍ତି, ଶିକ୍ଷକ, ସଂଜୟ ମହାନ୍ତି, ସନ୍ତୋଷ ମହାଳିକ, ପ୍ରଦୀପ ମହାନ୍ତି କାର୍ଯକ୍ରମ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରେଖା ମହାଳିକ ଓ ଶୁଭଶ୍ରୀ ମହାଳିକ ପ୍ରମୁଖ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |