ଭୁବନେଶ୍ୱର,(ଉତ୍କଳ ନ୍ୟୁଜ),୧୫.୦୭.୨୦୨୫ : ବାଲେଶ୍ୱର ଏଫ.ଏମ.କଲେଜ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହତ୍ୟା ଘଟଣା ବର୍ତମାନ ସାରା ରାଜ୍ୟ ସହ ଦେଶକୁ ସ୍ତବ୍ଧ କରି ଦେଇଛି l ସତେ ଯେମିତି ଆମ ବ୍ୟବସ୍ଥା ସମ୍ପୂର୍ଣ ଅନ୍ଧ, ମୁକ ଓ଼ ବଧିର ସହ ନିରବ ଅଟହସ୍ୟ କରୁଛି l ନ୍ୟାୟ ପାଇଁ ନିଜ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଓ଼ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସାଂସଦ,ବିଧାୟକ ସମସ୍ତଙ୍କୁ ଜଣାଇବା ପରେ ସେ ବାଧ୍ୟ ହୋଇ ଚରମ ନିଷ୍ପତି ନେଇଛି l ସେ ପୁଣି ଥିଲା ଜଣେ ଛାତ୍ର ନେତ୍ରୀ l ଶିକ୍ଷକଙ୍କ ଯୌନ ଶୋଷଣ ଓ଼ ଅଶୀଳ ଇଙ୍ଗିତ ସମଗ୍ର ଶିକ୍ଷା ବ୍ୟବସ୍ଥା, ଅଭିଭାବକ ମହଲ ତଥା ଗୁରୁ ଛାତ୍ର ପରମ୍ପରା ପାଇଁ ଚରମ ବିଷମତା ଆଣି ଦେଇଛି l ସେପଟେ ଏହି ଘଟଣାରେ ପ୍ରଶାସନ ଓ଼ ସରକାରର ଚରମ ବିଫଳତା ଓ଼ ଦାୟିତ୍ୱହୀନତା ବିଶେଷ କରି ସ୍ଥାନୀୟ ସାଂସଦ ନିଜେ ମଧ୍ୟ ସବୁ ଘଟଣା ଅବଗତ ଥାଇ ଅବହେଳା କରିଛନ୍ତି l ଆଜି ବେଟି ବଚାଓ ଅଭିଯାନ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ମୁହଁରେ ପାଟି ବାନ୍ଧି କ୍ୟାଣ୍ଡାଲ ଜାଳି ନିରବ ପ୍ରତିବାଦ କରାଯାଇଛି l ଏହି ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଗିରଫ ପାଇଁ ଅଭିଯାନ ପକ୍ଷରୁ ଦାବୀ କରାଯାଇଛି l ଅଭିଯାନର ଅଧକ୍ଷା ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ସମ୍ପାଦିକା ସୂର୍ଯ୍ୟାସ୍ମିତା ପଣ୍ଡା, ଯୁଗ୍ମ ସମ୍ପାଦିକା ବେବି ନାୟକ ଓ଼ ନିବେଦିତା ପଟ୍ଟନାୟକ , ମଞ୍ଜୁଲତା କର, ଗୀତାଞ୍ଜଳି ମହାନ୍ତିଙ୍କ ସହ ବାସୁଦେବ ଭଟ୍ଟ,ପ୍ରସନ୍ନ ବିଷୋୟୀ, ସୁଦର୍ଶନ ଦାସ,ଅଶୋକ ପାଇକରାୟ, ଦେବାଶିଷ ମିଶ୍ର, ରଞ୍ଜନ ଦାସ,ସୂର୍ଯ୍ୟ ନାରାୟଣ ଜେନା, ଶୁଭକାନ୍ତ ବେହେରା, ସୁଶୀଲ ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ lଭୁବନେଶ୍ଵର ରୁ ଜିତେନ କୁମାର ସାମନ୍ତରାୟଙ୍କ ରିପୋର୍ଟ ଉତ୍କଳ ନିୟୁଜ |