ବାଲେଶ୍ବର ଉପଜିଲ୍ଲାପାଳଙ୍କ ଗିରଫ ଦାବିରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ |

59

ଭଦ୍ରକ ,(ଉତ୍କଳ ନ୍ୟୁଜ),11.୦୭.୨୦୨୫ : ଗତ ଜୁନ୍ ୧୧ ତାରିଖରେ ବାଲେଶ୍ବର ଜିଲ୍ଲାର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସଙ୍କୁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସହଦେବଖୁଣ୍ଟା ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ବାଲେଶ୍ବର ଅତିରିକ୍ତ ଏସପି ଓ ଡିଏସପିଙ୍କ ଉପସ୍ଥିତିରେ ବାଲେଶ୍ବର ଉପଜିଲ୍ଲାପାଳ, ପ୍ରୋବେସନର ମହିଳା ଆଇଏଏସ ସାମଲ କଲ୍ୟାଣ ରାଓ ଭଗତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ସଂପର୍କରେ ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସ ସହଦେବଖୁଣ୍ଟା ଥାନାରେ ଏତଲା ଦେଇଥିବା ବେଳେ ଏପର୍ଯ୍ୟନ୍ତ ଏତଲା ରେଜେଷ୍ଟ୍ରି କରାଯାଇନାହିଁ କିମ୍ବା ଏହି ଅଭିଯୁକ୍ତ ମହିଳା ଉପଜିଲ୍ଲାପାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବାଲେଶ୍ବର ପୋଲିସ ପକ୍ଷରୁ ଗ୍ରହଣ କରା ଯାଇନାହିଁ । ଏହାର ପ୍ରତିବାଦରେ ଅଭିଯୁକ୍ତ ମହିଳା ଆଇଏଏସ ଅଫିସରଙ୍କୁ ତୁରନ୍ତ ଗିରଫ କରିବା, କର୍ତ୍ତବ୍ୟରେ ଖିଲାପ କରିଥିବା ସହଦେବଖୁଣ୍ଟା ଥାନାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭଦ୍ରକ ଓକିଲ ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ଜଜ୍ କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଓକିଲମାନେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଆନ୍ଦୋଳନରେ ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ , ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ରାଧାନାଥ ଦାସ, ବିଶିଷ୍ଟ ଆଇନଜୀବୀ ବିଜନ ଯେନା, ଯୁବ ଆଇନଜୀବୀ ବିକାଶ ନାଥ, ଯୁବ ଆଇନଜୀବୀ ସଞ୍ଜୟ ନାୟକ, ସତ୍ୟ ସୁନ୍ଦର ପତି, ବରିଷ୍ଠ ଆଇନଜୀବୀ ସନ୍ତୋଷ ମହାପାତ୍ର, ଗଦାଧର ବଳ, ପ୍ରଫୁଲ୍ଲ ପାଢୀ, ଚିତ୍ତରଞ୍ଜନ ନାଥ, ସ୍ମରଜିତ ମହାପାତ୍ର, ପାର୍ଥସାରଥି ପଣ୍ଡା, ଉମାକାନ୍ତ ବାରିକ୍, ଶଙ୍କର୍ଷଣ ସାହୁ, ଉଜ୍ବଳ ଯେନା ପ୍ରମୁଖ ନେତୃତ୍ବ ନେଇଥିଲେ । ମହିଳା ଉପଜିଲ୍ଲାପାଳଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ରାଜରାସ୍ତାରେ ବୃହତ୍ତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।