କଟକ ସେବା ଫାଉଣ୍ଡେସନ ତରଫରୁ ମେଗା ରକ୍ତ ଦାନ ଶିବିର |

877

କଟକ(ଉତ୍କଳ ନିଉଜ)୨୬/୧୦/୨୦୨୫ : କଟକ ସେବା ଫାଉଣ୍ଡେସନ ତରଫରୁ ମେଗା ରକ୍ତ ଦାନ ଶିବିର, କଟକ ସେଲିବ୍ରେସନ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମ ରେ କଟକର ବିଶିଷ୍ଟ ବ୍ୟକ୍ତି, ରାଜନେତା, ଚଳଚିତ୍ର କଳାକାର, ପ୍ରଶାସନର ଅଧିକାରୀ ତଥା ଅନେକ ବୁଦ୍ଧିଜୀବୀ ଯୋଗଦେଇ ସେବା ଫାଉଣ୍ଡେସନ ର ସଦସ୍ୟ ମାନଂକ ଏହି ରକ୍ତଦାନ ଶିବିର କୁ ପ୍ରେରଣା ଯୋଗାଇଥିବା ଦେଖାଯାଇଥିଲା,

ଏହି ସେବା ସଂଗଠନ କଟକ ଏସ ସି ବି କ୍ୟାନସର ୱାର୍ଡ ରେ ଖାଦ୍ୟ ବଣ୍ଟନ କରେ, ସମାଜ ସେବାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସାହାଯ୍ୟ କରିବାରେ କଟକ ସେବା ଫାଉଣ୍ଡେସନ ସର୍ବଦା ଆଗରେ ରହିଥାଏ, ଏହି ଫାଉଣ୍ଡେସନର ସଭାପତି ପପୁ ପାତ୍ର କହିଛନ୍ତି ଗୋଟିଏ ରକ୍ତ ଦେଇ 3 ଟି ଜୀବନ ବଞ୍ଚାନ୍ତୁ, ଆଶା ରଖିଛନ୍ତି 300 ୟୁନିଟ ରକ୍ତ ସଂଗ୍ରହ ହେବ ବୋଲି,ଆଶା ରଖିଛନ୍ତି |