କଟକ,(ଉତ୍କଳ ନ୍ୟୁଜ), ୧୫.୦୭.୨୦୨୫ :ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପୁନଃ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆମ ଝିଅମାନେ ପୁଅମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିଛନ୍ତି । ପାଠ ପଢି ଭଲ ମଣିଷ ହେବା ସହ ନିଜ ପିତାମାତା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନମାନଙ୍କ ଆଶୀର୍ବାଦ ଗ୍ରହଣ କରି ନିଜ ବ୍ୟକ୍ତିତ୍ୱକୁ ପରିସ୍ପୁଟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ । ନିଜ ବ୍ୟବହାର ଦ୍ୱାରା ନିଜର ଏକ ଏଭଳି ପରିଚୟ ସୃଷ୍ଟି କର ଯେ ଯେଉଁଠାକୁ ଯିବ ସେଠାରେ ସମସ୍ତେ ତୁମର ପରିଚୟ ପଚାରିବେ । ନିଜ ବିଦ୍ୟାଳୟକୁ ଗୌରବାନ୍ୱିତ କରିବା ସହ ଓଡ଼ିଆ ବୋଲି ନିଜକୁ ପ୍ରମାଣିତ କର । ନାରୀ ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ଏହି ବିଦ୍ୟାଳୟ କେତେଯେ ଜ୍ଞାନୀ, ଗୁଣୀ, ବିଦୁଷୀ ମହିଳା ତିଆରି କରିଛି । ଏହି ବିଦ୍ୟାଳୟରେ ପାଠ ପଢିଥିବା ଅନେକ ଛାତ୍ରୀ ସମାଜରେ ଉଚ୍ଚ ପ୍ରତିଷ୍ଠିତା । କେନ୍ଦ୍ର ସରକାର ଏହି ପ୍ରକଳ୍ପ ନିମନ୍ତେ ୮୬ କୋଟି ୨୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ପ୍ରାୟ ଦେଢ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଶ୍ରୀ ଭର୍ତୃହରି ମହତାବ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ବାରବାଟୀ କଟକ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟପାଳ ସଭାମଂଚରୁ ତଳକୁ ଯାଇ ଛାତ୍ରୀମାନଙ୍କୁ ଚକୋଲେଟ ବାଂଟିବା ସହ ସେମାନଙ୍କ ସହ କଥା ହୋଇଥିଲେ । ଏହି ଗସ୍ତ ସମୟରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଅବସରରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମହାକବି ସାରଳା ଦାସ ସାଧାରଣ ପରିବାରରେ ଅସାଧାରଣ ପ୍ରତିଭା ନେଇ ଜନ୍ମଗ୍ରହଣ କରିଥିଲେ । ତାଙ୍କ କବିତ୍ଵ ଓ ପାଣ୍ଡିତ୍ୟର ପଟାନ୍ତର ନାହିଁ ବୋଲି ବର୍ଣ୍ଣନା କରି କହିଲେ ଯେ, କୌଣସି ବି ଭାଷାରେ ମହାଭାରତ ପରି ମହାକାବ୍ୟ ରଚନା କରିବା ସହଜ ନୁହେଁ । କୃଷକ ପରିବାରରେ ଜନ୍ମିତ ସାରଳା ଦାସ ମହାଭାରତ ରଚନା କରି ପ୍ରମାଣ କରିଛନ୍ତି ଯେ କବିତ୍ଵ ସର୍ବଦା ଉଚ୍ଚନୀଚ ଭେଦଭାବର ଉର୍ଦ୍ଧ୍ୱରେ । ସାରଳା ସାହିତ୍ୟ ସଂସଦ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପ୍ରଦାନ ସହ ସୁସାହିତ୍ୟିକ ଶ୍ରୀ ବିଜୟ ନାୟକଙ୍କୁ ସାରଳା ସମ୍ମାନ ପ୍ରଦାନ କରି ଖୁସି ପ୍ରକଟ କରିବା ସହ ଓଡିଆ ଭାଷାର ଶାସ୍ତ୍ରୀୟତା ବିଷୟରେ ତଥା ଆଦିକବି ସାରଳା ଦାସ ଏବଂ ଅନ୍ୟାନ୍ୟ କବିଙ୍କର କାବ୍ୟକୃତି ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ ସଂପର୍କରେ ନିଜର ଅଭିଭାଷଣ ରଖିଥିଲେ । ଓଡ଼ିଆ ଓ ସାନ୍ତାଳୀ ଭାଷା ସହ ଭାରତର ବିବିଧ ଭାଷା ଭାରତର ଶିକ୍ଷା-ପରମ୍ପରାକୁ ୨୦୩୬ ମସିହା ସମୃଦ୍ଧ କରିପାରିବ ବୋଲି ଆଶା କରି ଆମେ ସମସ୍ତେ ମାତୃଭାଷାରେ ଶିକ୍ଷାଦାନ ଉପରେ ଅଧିକରୁ ଅଧିକ ଗୁରୁତ୍ଵ ଦେବା ତଥା ନିଜ ମାତୃଭାଷାର ବହୁଳ ପ୍ରୟୋଗ ଏବଂ ଉଚ୍ଚତର ଗବେଷଣା ପାଇଁ ସମସ୍ତେ ଯତ୍ନବାନ ହେବା ବୋଲି ସମ୍ବୋଧନ କରି କହିଲେ ଯେ , “ଆଉ ଯେତେ ଭାଷା ପାରୁଛ ଶିଖ, ନିଜ ମାତୃଭାଷା ମହତ ରଖ ।" ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଉଚ୍ଚ ଶିକ୍ଷା,ଓଡିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଉପଦେଷ୍ଟା ସାରଳା ସାହିତ୍ୟ ସଂସଦ ଉପଦେଷ୍ଟା ଶ୍ରୀ ସହଦେବ ସାହୁ, ପଦ୍ମ ଭୂଷଣ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ସାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ଵାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣାର ଏକ ଉତ୍କୃଷ୍ଟ ସାଧନା କ୍ଷେତ୍ର ହେଉଛି ରେଭେନ୍ସା । ଏହା ଇଟା ପଥରରେ ତିଆରି କେବଳ ଏକ ଇମାରତ୍ ନୁହେଁ, ଓଡ଼ିଶାର ଜୀବନ୍ତ ଇତିହାସ ହେଉଛି ରେଭେନ୍ସା । ସମଗ୍ର ବିଶ୍ୱକୁ ମାନବତାର ବାର୍ତ୍ତା ଦେଇ ରେଭେନ୍ସା ଶିଳାରୁ ଶାଳଗ୍ରାମ ପାଲଟି ପାରିଛି ବୋଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବର ଦୀକ୍ଷାନ୍ତ ଭାଷଣ ଅବସରରେ କହିଛନ୍ତି ଭାରତର ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ବିଦ୍ୟାର୍ଥୀଙ୍କୁ ପ୍ରେରିତ କରିବା ସହ ରେଭେନ୍ସାର ସାମାଜିକ, ସାଂସ୍କୃତିକ ଓ ଐତିହାସିକ ଅବଦାନ ସଂପର୍କରେ ନିଜ ଅଭିଭାଷଣରେ ସେ ଅବତାରଣା କରିଥିଲେ । ଏହି ଅବସରରେ କଟକ ଲୋକସଭା ସାଂସଦ ଉର୍ତ୍ତୃହରି ମହତାବ, ବିଶିଷ୍ଟ ନ୍ୟୁକ୍ଳିୟର ପଦାର୍ଥ ବିଜ୍ଞାନୀ ଅଜିତ କୁମାର ମହାନ୍ତି, ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ସାବରମତୀ, ଦୃଷ୍ଟିବାଧିତଙ୍କ ଉତ୍ଥାନ ପାଇଁ ସମର୍ପିତ ଶିକ୍ଷକ ବିଜୟ କୁମାର ରଥଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ । ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାର ବିଭିନ୍ନ ବିଷୟର