ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୪ତମ ପ୍ରତିଷ୍ଠା ଦିବସ ପାଳିତ |

177

କଟକ,(ଉତ୍କଳ ନ୍ୟୁଜ), ୨୧ .୦୭ .୨୦୨୫ : ମିଶନ ରୋଡ଼ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବକ୍ଲି ପ୍ରାର୍ଥନା ସମାଜ ଗୃହରେ ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି I ରେଭେରେଣ୍ଡ ଅଜୟ କୁମାର ବେହେରା ଉକ୍ତ କର୍ଯ୍ୟକ୍ରମର ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ I ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିକ୍ରମ ଏନ ଆଦାମସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶପ ରାଇଟ ରେଭେରେଣ୍ଡ ସୁରେନ୍ଦ୍ର କୁମାର ନନ୍ଦ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ପାଇଁ ଈଶ୍ୱର ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିଲେ I ସମ୍ମାନୀୟ ଅତିଥି ଭାବରେ କଟକ ଡାୟୋସେସନ ଶିକ୍ଷା ବୋର୍ଡ ର ସମ୍ପାଦିକା ଡ଼.ରଶ୍ମି ରେଖା ସେନାପତି ,କଟକ ଡାୟୋସେସ ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର ପ୍ରମାଣିକ,ରେଭେରେଣ୍ଡ ପରିତୋଷ ରାଉତ , ରେଭେରେଣ୍ଡ ଅଜୟ ବେହେରା ,ରେଭେରେଣ୍ଡ ଏଫ ସି ନର୍ଥ ,ରେଭେରେଣ୍ଡ ପଙ୍କଜ ସାହାଣୀ , କଟକ ଷ୍ଟିୱାର୍ଟ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ଡି ମାର୍ଟିନା, ରେଭେରେଣ୍ଡ ଗୋଲକ ନାୟକ ,ରେଭେରେଣ୍ଡ ପଲାଶ ଦେ,ବ୍ରଦର ଅଭିନାଶ ଦାସ , ଶ୍ରୀମତୀ ଅସୀମା ଯାଚକ,ଶ୍ରୀମତୀ ସାଗରିକ ମହାନ୍ତି,ଶ୍ରୀମତୀ ସୂଦୀପ୍ତା ପାତ୍ର,ଶ୍ରୀମତୀ ସ୍ମୃତିରେଖା ପଣ୍ଡା ,ଶ୍ରୀମତୀ ମାନସୀ ମହାନ୍ତି ,ଶ୍ରୀମତୀ ମମତା ସିଂ, ରାଜେନ୍ଦ୍ର ଭୁଇଆଁ ପ୍ରମୁଖ ଯୋଗ ଦେଇ ଥିଲେ I ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ବିଦ୍ୟାଳୟର ବିବରଣୀ ପାଠ କରିଥିଲେ I ଛାତ୍ରୀ ଅଭିଲିପସା ବେହେରା ଓ ସୁଶାନI ଦାସ ବାଇବେଲ ପାଠ କରିଥିଲେ I ରେଭେରେଣ୍ଡ ପଙ୍କଜ ସାହାଣୀ ମଧ୍ୟସ୍ଥ ପ୍ରାର୍ଥନା କରିଥିଲେ I ରେଭେରେଣ୍ଡ ପରିତୋଷ ରାଉତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ଧର୍ମ ଉପଦେଶ ପ୍ରଦାନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ରୋଜଲୀନ ନାୟକ,ଛାତ୍ର ରଣବୀର ପ୍ରକାଶ ସାହୁ ,ଛାତ୍ରୀ ସୃଷ୍ଟି ନାୟକ ,ତନାଜ ଫାତେମା ଉପସ୍ଥାପନା କରିଥିଲେ I କଟକ ଡାୟୋସେସ ଅଧିନସ୍ଥ ସମସ୍ତ ଶିକ୍ଷା ଅନୁଷ୍ଠାନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରେଭେରେଣ୍ଡ ଏଫ ସି ନର୍ଥ କାର୍ଯ୍ୟକ୍ରମ ର ଶେଷ ପ୍ରାର୍ଥନା କରିଥିଲେ I ବିଦ୍ୟାଳୟର ସଂଗୀତ ଦଳ ସମୂହ ସଂଗୀତ ପରିବେଷଣ କରିଥିଲେ I କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ , ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ବେହେରା ପରିଚାଳନା କରିଥିଲେ I ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନା ରେ ସାହାର୍ଯ୍ୟ କରିଥିଲେ I ବିଦ୍ୟାଳୟ ର ସଂଯୋଜିକା ସୁମିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |