ଆଠଗଡ ରାଧାନାଥ ରଥ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ତଥା କାର୍ଯ୍ୟରତ ମହିଳାଙ୍କୁ ନେଇ ଯୌନ ଶୋଷଣ ବିରୁଦ୍ଧରେ ଏକ ସଚେତନତା ବୈଠକ |

51

କଟକ (ଉତ୍କଳ ନ୍ୟୁଜ ) ୭-୦୮-୨୦୨୫ : ବାଲେଶ୍ୱର ଏଫ ଏମ କଲେଜ ଘଟଣା ପରେ ଏବେ ସମସ୍ତ କଲେଜ ରେ ଆଇ ସି ସି କମିଟି କୁ ତତ୍ପର କରିବା ସହ ଛାତ୍ରୀ ମାନଙ୍କୁ ନେଇ ସଚେତନତା ବୈଠକ କରାଯାଉଛି | ଆଠଗଡ ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ସମିଳନୀ କକ୍ଷରେ ଛାତ୍ରୀ ତଥା କାର୍ଯ୍ୟରତ ମହିଳାଙ୍କୁ ନେଇ ମହିଳାଙ୍କ ପ୍ରତି ଯୌନ ଶୋଷଣ ବିରୁଦ୍ଧରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା | ଅତିଥି ଭାବେ ଚୌଦ୍ୱାର କଲେଜ ର ଅଧ୍ୟାପିକା ଡ଼ ମମତା ସାହୁ ଯୋଗ ଦେଇ ବିଭିନ୍ନ ଆଇନ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ |

ଅନ୍ୟ ଅଥିତି ମାନେ କଲେଜ ପରିସର ଠାରୁ ଆରମ୍ଭ ଘରେ, ଗାଁ ରେ କିଭଳି ଝିଅ ପିଲା ମାନେ ସଚେତନ ରହିବେ ସେ ବିଷୟରେ ଆଲୋଚନା କରିଥିଲେ | କଲେଜ ପରିସରରେ ସାମ୍ପ୍ରତିକ ପରିସ୍ଥିତି ରେ କର୍ମଜୀବି ମହିଳା, ଛାତ୍ରୀ କୌଣସି ଯୌନ ଶୋଷଣ ର ଶିକାର ହେଲେ କଲେଜ ର ଆଭ୍ୟନ୍ତରିଣ ଅଭିଯୋଗ କମିଟି ନିକଟରେ ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦେବା ସହ ଯୌନ ଶୋଷଣ ବନ୍ଦ କରିବା ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ | ଆଠଗଡ଼ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |