ଗନ୍ଧର୍ବପୋଖରୀରେ ମହାବୀରଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା |

161

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀ ଗାଁରେ ମହାବୀରଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଶତାଧିକ ମହିଳା ଓ ପୁରୁଷମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମଦେବତୀ ଜାଡି ଠାକୁରାଣୀଙ୍କ ଠାରୁ ଆରମ୍ଭ ହୋଇଥିବା ଉକ୍ତ କଳସ ଶୋଭାଯାତ୍ରା ଗନ୍ଧର୍ବପୋଖରୀ ଗ୍ରାମ ପରିକ୍ରମା କରିବା ପରେ ଆରୁହା ଗ୍ରାମ ପରିକ୍ରମା କରିବା ପରେ ଲକ୍ଷ୍ମୀନାରାୟଣ ପୋଖରୀରେ କଳସ ବୁଡା ଯାଇଥିଲା । ରବିବାର ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କରାଯାଇ ଗ୍ରାମଦେବତୀଙ୍କ ନିକଟରେ ଚଣ୍ଡିପାଠ କରାଯାଇଥିଲା । ସୋମବାର ଜଳଯାତ୍ରା ଓ ଘଟଉତ୍ତୋଳନ, ମଣ୍ଡପରେ ସୂର୍ଯ୍ୟାଦି ପୂଜା, ଗୁରୁଧରିତ୍ରୀ ପୂଜା ଓ ଯଜ୍ଞ ମଣ୍ଡପରେ ଅୟମ ଆରମ୍ଭ ହୋଇଥିଲା । ପରେ ମାରୁତିନନ୍ଦନଙ୍କ ମହାସ୍ନାନ, ଶୋଢଷ ଉପଚାର ପୂଜା ଓ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା ।

ମଧ୍ୟାହ୍ନରେ ପ୍ରସାଦ ସେବନ କରାଯାଇଥିଲା । ମଙ୍ଗଳବାର ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ମଣ୍ଡପ କାର୍ଯ୍ୟ, ଲକ୍ଷ୍ମୀନାରାୟଣ ପୂଜା, ଗୀତା ଖ୍ୱୋକେନ୍ ହବେନ, ଗୋଧୂଳି ଲଗ୍ନେ ପୂର୍ଣ୍ଣାହୂତି ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । କର୍ତ୍ତାଭାବେ ଗଙ୍ଗାଧର ଦାସ, ମନ୍ଦିରର ନୀତି ପୂଜକ କିଶୋର ପଣ୍ଡାଙ୍କ ସମେତ ଶ୍ୟାମସୁନ୍ଦର ମିଶ୍ର, ସିଦ୍ଧାନ୍ତ ମିଶ୍ର, ମଙ୍ଗରାଜ ମିଶ୍ର, ଶ୍ରୀଧର ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ଶ୍ୟାମସୁନ୍ଦର ଦାସ, କୈଳାସ ଦାସ, ରବିନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ଗୟାଧର ବଳ, ଉଦୟ ବଳ, ଶ୍ରୀକାନ୍ତ ଦାସ, ପ୍ରଶାନ୍ତ ମହାନ୍ତି, ରାକେଶ ଦାସ, ରାଜେନ୍ଦ୍ର ବଳ, ମୁକୁନ୍ଦ ଦାସ, ପ୍ରକାଶ ବଳ, ବାବୁଲି ଦାସ, ଦେବେନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ବସନ୍ତ ଦାସ, ବାସୁଦେବ ଦାସ, ଅରୁଣି ବଳ, ଅଶ୍ୱନୀ ଦାସ, ଅଜୟ ଦାସ, ଶରତ ଦାସ, ସାଇରାମ ବଳ, କୈଳାସ ବଳ, ଗଣେଷ ବଳ, ପାଗଳା ବଳ ଓ କୁନା ବଳ ପ୍ରମୁଖ ସମସ୍ତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |