ଶିକ୍ଷା: ଭାରତୀୟ ମୁସଲିମ ସମ୍ପ୍ରଦାୟର ଉନ୍ନତିର ମୂଳ ଆଧାର |

1098

କଟକ ( ଉତ୍କଳ ନ୍ୟୁଜ ) ୧୯-୦୬-୨୦୨୬ : ୧୮୭୫ ମସିହାରେ ଆଲିଗଡ଼ରେ ସାର୍ ସୟଦ ଅହମ୍ମଦ ଖାନଙ୍କ ଦ୍ବାରା ମହମ୍ମଦାନ୍ ଆଙ୍ଗେ |- ଓରିଏଣ୍ଟାଲ୍ କଲେଜ୍‌ ପ୍ରତିଷ୍ଠା ହେବାର ଦେଢ଼ ଶତାବ୍ଦୀରୁ ଅଧ‌ିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର ମୂଳ ବାର୍ଭା ଆଜି ମଧ୍ୟ ଭାରତର ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ସମାନ ଭାବରେ ପ୍ରାସଙ୍ଗିକ ରହିଛି ଓ ସମ୍ପ୍ରଦାୟର ପ୍ରତିନିଧୃତ୍ତ୍ଵ କରୁଛି । ଏକ ଗୌରବମୟ ଅତୀତ ଓ ଆଶାଭରା ଭବିଷ୍ୟତ ମଧ୍ଯରେ ସଂଯୋଗ ସ୍ଥାପନା କରିବାରେ ଶିକ୍ଷା ସଦା ସର୍ବାଧୂକ ପ୍ରଭାବଶାଳୀ ଓ ବିଶ୍ବସନୀୟ ସେତୁ ଭାବେ କାର୍ଯ୍ୟ କରିଆସିଛି । ଆଜି ଯେତେବେଳେ ଏହି ସମ୍ପ୍ରଦାୟ ଦୃତ ଗତିରେ ପରିବର୍ତ୍ତନଶୀଳ ଭାରତର ନୂତନ ଆବଶ୍ୟକ‌ତା ଓ ଆହ୍ବାନଗୁଡ଼ିକର ସମ୍ମୁଖୀନ ହେଉଛି ସେତେବେଳେ ଗୁଣାତ୍ମକ ଶିକ୍ଷା, ଆଧୁନିକ ଦକ୍ଷତା ଏବଂ ସାମ୍ବିଧାନିକ ସଚେତନତାର ଉପଲବ୍ଧତା ସମ୍ପ୍ରଦାୟର ସଶକ୍ତିକରଣ, ଆର୍ଥିକ ଉନ୍ନତି ଏବଂ ଦେଶର ବହୁତ୍ବବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସକ୍ରିୟ ଓ ଅର୍ଥପୂର୍ଣ୍ଣ ଅଂଶଗ୍ରହଣର ମୂଳ ଆଧାର ପାଲଟିଛି । ସାମ୍ପ୍ରତିକ ସରକାରୀ ତଥ୍ୟ ପ୍ରଗତି ଏବଂ ସ୍ଥାୟୀ ବ୍ୟବଧାନ ଉଭୟକୁ ପ୍ରତିଫଳିତ କରେ । ପିରିଓଡ଼ିକ ଲେବର୍ ଫୋର୍ସ୍ ସର୍ଭେ (୨୦୨୩-୨୪) ଅନୁଯାୟୀ ମୁସଲମାନଙ୍କ ମଧ୍ୟରେ (୭ ବର୍ଷ ଓ ତଦୁଦ୍ଧ ବୟସ) ସାକ୍ଷରତା ହାର ୭୯.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୮୦.୯ ପ୍ରତିଶତର ନିକଟତର । ତଥାପି ଜାତୀୟ ନମୁନା ସର୍ଭେ (୭୫ତମ ପର୍ଯ୍ୟାୟ) ଦର୍ଶାଉଛି ଯେ ସ୍କୁଲ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଧାର୍ମିକ ଗୋଷ୍ଠୀ ମଧ୍ୟରେ ମୁସଲମାନ ଛାତ୍ରଙ୍କ ପାଇଁ ମୋଟ ଉପସ୍ଥାନ ଅନୁପାତ ସବୁଠାରୁ କମ୍ ରହିଛି । ଡ୍ରପ୍ ଆଉଟ୍ ଏକ ଚିନ୍ତାର ବିଷୟ ହୋଇରହିଛି, ବିଶେଷକରି ପ୍ରାଥମିକ ଶିକ୍ଷା ବ୍ୟତୀତ । ମଦ୍ରାସାଗୁଡ଼ିକ ଦୀର୍ଘ ସମୟ ଧରି ଅନୁନ୍ନତ ମୁସଲିମ୍ ଅଞ୍ଚଳର ପିଲାମାନଙ୍କ ପାଇଁ ଶିକ୍ଷା ଜୀବନରେଖା ଭାବରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଧାର୍ମିକ ମୂଲ୍ୟବୋଧ ଉପରେ ମୂଳ ସୁଲଭ ଶିକ୍ଷା ପ୍ରଦାନ କରୁଛନ୍ତି । ଯଦିଓ ସେମାନଙ୍କର ପହଞ୍ଚ ପ୍ରଭାବଶା ପାରମ୍ପରିକ ପାଠ୍ୟକ୍ରମ ପ୍ରାୟତଃ ବିଜ୍ଞାନ, ଗଣିତ, ଇଂରାଜୀ ଏବଂ ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟ ପାଇଁ ଅତ୍ୟାବଶ୍ୟକ ଡିଜିଟାଲ୍ ଦକ୍ଷତା ଖର୍ଚ୍ଚ କରି ଧାର୍ମିକ ଅଧ୍ୟୟନ ଉପରେ ଗୁରୁତ୍ବ ଦେଇଆସିଛି । ଅକ୍ଟୋବର ୨୦୨୩ରେ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ ଯେ ଜାନୁଆରୀ ୨୦୨୪ରୁ ମଦ୍ରାସା ପାଠ୍ୟକ୍ରମରେ ଡିଜିଟାଲ୍ ସାକ୍ଷରତା, କୋଲିଂ ଏବଂ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ମଡ୍ୟୁଲ୍ ସାମିଲ କାରାଯିବ । ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ପ୍ୟୁଟର ଓ ଅଧ୍ୟୟନ କିଟ୍ ମଧ୍ଯ ବଣ୍ଟନ କରାଯିବ । ଅନ୍ୟପକ୍ଷରେ କେରଳମରେ ମଦ୍ରାସା ପୃଷ୍ଠଭୁମିରୁ ଆସିଥିବା ଅନେକ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କୋଡିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେହିପରି ମୁସଲିମ୍ ଝିଅମାନଙ୍କ ପାଇଁ ବିଭାଷୀ କୋଡିଂ କ୍ଲବ ଭଳି ସମ୍ପ୍ରଦାୟ ଚାଳିତ ପଦକ୍ଷେପଗୁଡ଼ିକ ମଧ୍ଯ ଶିକ୍ଷା ଓ ପ୍ରଯୁକ୍ତିଗତ ଦକ୍ଷତା ବିକାଶ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି । ଏହାଛଡ଼ ଜମିଆତ ଉଲେମା-ଏ-ହିନ୍ଦୁ ସମେତ ଅନେକ ପ୍ରମୁଖ ମୁସଲିମ ସଂଗଠନ ଧାର୍ମିକ ଶିକ୍ଷା ଶିକ୍ଷା ସହିତ ଆଧୁନିକ ବିଷୟଗୁଡ଼ିକର ସମନ୍ବୟ ପାଇଁ ସକ୍ରୀୟ ଭାବେ ସମର୍ଥନ ଓ ପ୍ରଚେଷ୍ଟା ଜାରି ରଖୁଛନ୍ତି । ସରକାରୀ ନୀତି ଓ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏହି ପରିବର୍ତ୍ତନକୁ ସମର୍ଥନ କରୁଛି । ଶିକ୍ଷା ମନ୍ତ୍ରଣାଳୟର SPQEM ଯୋଜନା ମାଦ୍ରାସାଗୁଡ଼ିକରେ ବିଜ୍ଞାନ, ଗଣିତ, ଇଂରାଜୀ ପରି ଆଧୁନିକ ବିଷୟର ଶିକ୍ଷା, ଶିକ୍ଷକ ତାଲିମ ଓ ଭିତ୍ତିଭୂମି ଉନ୍ନତିକୁ ପ୍ରୋତ୍ସାହନ ଦେଇଛି । ସେହିପରି IDMI ଯୋଜନା ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ମୌଳିକ ସୁବିଧା ବିକାଶରେ ସହାୟତା କରୁଛି । ଶିକ୍ଷାର ଲକ୍ଷ୍ୟ ହେଉଛି ସାକ୍ଷରତା ଓ ଦକ୍ଷତା ବିକାଶ ସହିତ ସଚେତନ ଓ ଦାୟିତ୍ବବାନ ନାଗରିକ ଗଢ଼ି ତୋଳିବା । ଏହି କ୍ଷେତ୍ରରେ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଧାର୍ମିକ ଶିକ୍ଷା ସହିତ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ- ନ୍ୟାୟ, ସ୍ଵାଧୀନତା, ସମାନତା ଓ ଭ୍ରାତୃତ୍ଵ ସମ୍ପର୍କରେ ଜ୍ଞାନ ପ୍ରଦାନ କରି ସେମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଗରିକ ସଚେତନତା ବିକଶିତ କରିପାରିବେ । ଧାର୍ମିକ ଶିକ୍ଷା, ଆଧୁନିକ ଜ୍ଞାନ ଓ ସାମ୍ବିଧାନିକ ମୂଲ୍ୟବୋଧର ସମନ୍ବୟ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଆତ୍ମବିଶ୍ବାସୀ, ଦକ୍ଷ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି । ଭାରତର ମୁସଲିମ ସମ୍ପ୍ରଦାୟର ଶିକ୍ଷାଗତ ଉନ୍ନତି ଏକ ସାମୂହିକ ଦାୟିତ୍ଵ । ସାର୍ ସୟଦ ଅହମ୍ମଦ ଖାନଙ୍କ ଦୃଷ୍ଟିଭଙ୍ଗୀ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ । ଶିକ୍ଷାରେ ବିନିଯୋଗ କେବଳ ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ଉନ୍ନତି ନୁହେଁ, ବରଂ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିମୂଳକ ଏବଂ ପ୍ରଗତିଶୀଳ ଭାରତ ଗଠନ୍ଧର ଭିଭି । ନ୍ୟାୟ, ସ୍ୱାଧୀନତା ଓ ସମାନତାର ସାମ୍ବିଧାନିକ ଆଦର୍ଶକୁ ବାସ୍ତବ ରୂପ ଦେବାରେ ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ମାଧ୍ଯମ ଯାହା ମୁସଲମାନମାନଙ୍କୁ ଦେଶର ଗର୍ବିତ ଓ ସକ୍ରିୟ ନାଗରିକ ଭାବେ ସଶକ୍ତ କରିଥାଏ । ଅଲତାଫ୍ ମିର୍ (ପିଏଚ୍.ଡି) ଜାମିଆ ମିଲିଆ ଇସଲାମିଆ