କଟକ (ଉତ୍କଳ ନ୍ୟୁଜ ) ୫ -୦୮-୨୦୨୫ : ଶ୍ରାବଣ ମାସ ର ଶେଷ ସୋମବାର ଚତୁର୍ଥ ପାଳି ରେ ବୋଲବମ ଭକ୍ତ ଙ୍କୁ ଚୌଦ୍ୱାର ଗୋଡିପାଟଣା ସ୍ଥିତ ଶ୍ରୀ ଶ୍ରୀ ରାଧାମୋହନଜୀୟୁ ସେବା ସମିତି ପକ୍ଷ ରୁ ସେବା ଯୋଗାଇ ଦିଆଯାଇଛି | ପ୍ରତିବର୍ଷ ପରି ଚଳିତ ବର୍ଷ ଚଷାପଡା ଗ୍ରାମ ମହାନଦୀ କୂଳ ଚନ୍ଦନେଶ୍ୱର ମନ୍ଦିର ନିକଟ ରେ ସମିତି ପକ୍ଷ ରୁ ଏକ ସେବା ଶିବିର କରି କାଉଡିଆ ମାନଙ୍କୁ ମାଗଣା ରେ ପାଣି , ଚା ଓ ଖାଦ୍ୟ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାଉଡିଆ ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ |

କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ରାଧାମୋହନଜୀୟୁ ସେବା ସମିତି ର ମୁଖ୍ୟ ଉପଦେଷ୍ଟା ବ୍ରଜେନ୍ଦ୍ର ନାଥ ନାୟକ , ସଂଯୋଜକ ସନାତନ ମିଶ୍ର , ସଭାପତି ବିମ୍ବାଧର ବେହେରା , ସମ୍ପାଦକ ହେମନ୍ତ କୁମାର ପାତ୍ର , କୋଷାଦକ୍ଷ ଶ୍ରୀନିବାସ ସୁବୁଧି ରାୟ , ସହ ସମ୍ପାଦକ ଅଭିରାମ ସ୍ୱାଇଁ , ଉପସଭାପତି ପ୍ରାଣବନ୍ଧୁ ବେହେରା , ସଦସ୍ୟ ଅନିଲ କୁମାର ଜେନା , ବୈକୁଣ୍ଠ ବିହାରୀ ଦାସ , ଶରତ ଚନ୍ଦ୍ର ପ୍ରଧାନ , ଅଭିମନ୍ୟୁ ବେହେରା , ଅନ୍ତର୍ଯ୍ୟାମୀ ପଲାଇ , ହୃଦାନନ୍ଦ ଦାସ , ଯୋଗେନ୍ଦ୍ର ବିରୁଆ ଓ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |