କଟକ ( ଉତ୍କଳ ନ୍ୟୁଜ ). ୨୩-୦୯-୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନ୍ତୁଆଳି ଗ୍ରାମରେ ଗତ ସେପ୍ଟେମ୍ବର ୧୯ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଗଣେଶ ମୂର୍ତ୍ତି ଭସାଣ ପାଇଁ ଅନୁଷ୍ଠିତ ଶୋଭାଯାତ୍ରା ଉପରେ ଜନ୍ତୁଆଳି ଗ୍ରାମର ଅଭ୍ୟାସଗତ ଅପରାଧୀ ଦିଲୁ ଦଳାଇ, ରବିନ୍ଦ୍ର ଦଳାଇ, ବାପୁନ ଦଳାଇ ଓ ବୀରଭଦ୍ର ଦଳାଇ ଅତର୍କିତ ଆକ୍ରମଣ କରି ଜଣଙ୍କ ମୁଣ୍ଡ ଫଟାଇବା ସହ ଜଣଙ୍କ ହାତ ହାଡ ଭାଙ୍ଗିଦେବା ସହ ଛୋଟ ପିଲା ଓ ସ୍ତ୍ରୀ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଅଭ୍ୟାସଗତ ଅପରାଧୀ ମାନଙ୍କ ବିରୁଦ୍ଧରେ ବାଂଶଡା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ବାଂଶଡା ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇନଥିବାରୁ ଜନ୍ତୁଆଳି ଗ୍ରାମବାସୀ ଓ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚାନ୍ଦବାଲି ଏସଡିପିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ତଥା ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ବିକାଶ ନାଥ, ସିପିଆଇ(ଏମ) ଜନ୍ତୁଆଳି ଶାଖା ସଂପାଦକ ପ୍ରତାପ ମହାଳିକ, ଜନ୍ତୁଆଳି ଗ୍ରାମବାସୀ ସାଧୁଚରଣ ମହାଳିକ, ଦୁର୍ଯୋଧନ ମହାଳିକ, ଶଙ୍କୁର ମହାଳିକ, ମକରଧ୍ୱଜ ମହାଳିକ, ସୁଶାନ୍ତ ମହାଳିକ, ଜଗବଂଧୁ ମହାଳିକ, ବଙ୍କୁ ମହାଳିକ, ଯୁବନେତା ରମେଶ ମହାଳିକ ପ୍ରମୁଖ ନେତୃତ୍ବ ନେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |