କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ୫୨ ଓ୍ବାର୍ଡ ଅନ୍ତର୍ଗତ ସର୍ବ ମଙ୍ଗଳା ମହଲା ସଭା ଓ ରାଜେନ୍ଦ୍ର ନଗର ସର୍ବ ମଙ୍ଗଳା ମନ୍ଦିରର ପରିଚାଳନା କମିଟିର ସଦସ୍ୟମାନେ ଏକତ୍ରିତ ହୋଇ କଟକ ସଦର ୪୨ ମୌଜା ଠାରେ ଏକ ବଣଭୋଜିର ଆୟୋଜନ କରାଯାଇଥିଲା।କମିଟିର ସଭାପତି ଭାବେ କୃଷ୍ଣ ଚନ୍ଦ୍ର ମହାନ୍ତ,ଉପସଭାପତି ରାଜେନ୍ଦ୍ର କୁମାର ଷଡଙ୍ଗୀ,ସହ ସମ୍ପାଦକ ସରୋଜ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ପ୍ରଦିପ କୁମାର ବେହେରା, କୋଷାଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ରଙ୍କ ସହିତ ଅନେକ ସାହିର ବରିଷ୍ଠ ନାଗରିକ ଏବଂ ଯୁବ ଗୋଷ୍ଠୀ ଏଥିରେ ଭାଗନେଇଥିଲେ।୨୦୨୬ ନୂତନ ବର୍ଷର ଆଗମନ ସହିତ ଏକତ୍ରିତ ହୋଇ ବଣଭୋଜି ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।ନିଜ ନିଜ ଭିତରେ ବନ୍ଧୁତା ଯୋଡି ପାରୁଛନ୍ତି ଆଜିର ବଣଭୋଜି ମାଧ୍ୟମରେ।