କଟକ ( ଉତ୍କଳ ନ୍ୟୁଜ ). ୯-୦୭-୨୦୨୬ : -ଭଦ୍ରକ ଜିଲ୍ଲା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିପିଆଇ (ଏମ) ଏରଡା ଶାଖାର ପୂର୍ବତନ ସଂପାଦକ, ଓଡିଶା କୃଷକ ସଭାର ପୂର୍ବତନ ଜିଲ୍ଲା କମିଟି ସଭ୍ୟ, ଏରଡା ଗ୍ରାମ ପଞ୍ଚାୟତର ଚାଷୀ ମୂଲିଆ ଓ ଶ୍ରମଜୀବି ଜନଗଣଙ୍କ ପ୍ରିୟ ନେତା ରବିନ୍ଦ୍ର ପାତ୍ରଙ୍କ ସ୍ମୃତି ଚାରଣ ସଭା ତାଙ୍କ ଗ୍ରାମ ଏରଡାରେ ଅବସରପ୍ରାପ୍ତ ଶିକ୍ଷକ ମକରଧର ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା କାଳନ୍ଦୀ ପାତ୍ର, ଚାଷୀ ନେତା ନିରଞ୍ଜନ ପାଣି, ଚାଷୀ ନେତା ମଦନ ଘଡେଇ, ସିପିଆଇ(ଏମ) ଏରଡା ଶାଖା ସଂପାଦକ ଚକ୍ରଧର ପାତ୍ର, ଚାଷୀ ନେତା ଅର୍ଜୁନ ଘଡେଇ, ସମାଜସେବୀ ଡମ୍ବରୁଧର ନାୟକ, ସମାଜସେବୀ ବରେନ୍ଦ୍ର କୁମାର ବାରିକ, ସମାଜସେବୀ ଜଗତାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ରବିନ୍ଦ୍ର ପାତ୍ରଙ୍କ ରାଜନୈତିକ ଓ ସାମାଜିକ ଜୀବନ ସଂପର୍କରେ ଆଲୋଚନା କରିବା ସହ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ରବୀନ୍ଦ୍ର ପାତ୍ରଙ୍କ ଆଦର୍ଶ ବୈଜ୍ଞାନିକ ସମାଜବାଦ ଭାରତରେ ପ୍ରତିଷ୍ଠା ପାଇଁ ଏରଡା ଅଞ୍ଚଳର ଛାତ୍ର ଛାତ୍ରୀ, ଯୁବକ ଯୁବତୀ ଓ ସାଧାରଣ ଜନତା କାର୍ଯ୍ୟକଲେ ତାଙ୍କ ସଂଗ୍ରାମର ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସ୍ମୃତି ଚାରକ ମାନେ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |