ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ |
କଟକ ( ଉତ୍କଳ ନ୍ୟୁଜ ) ୧୬-୦୬-୨୦୨୬ : କନିକା ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା, ଗୋଡିପଡା ପ୍ରଜାମେଳିର କମାଣ୍ଡର କୃଷ୍ଣଚନ୍ଦ୍ର ପରିଡାଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ସମାରୋହ ମଉସୁଧା ଠାରେ ଅନୁଷ୍ଠିତ ହୋଇ ଯାଇଛି । ୧୯୧୮ ମସିହାରେ କନିକା ରାଜାଙ୍କ ୬୪ ପ୍ରକାର କର, ଖଜଣା, ବେଠି, ବେଗାରୀ ବିରୁଦ୍ଧରେ ଲଢେଇ କରି ରାଜତନ୍ତ୍ରକୁ ଧରାଶାୟୀ କରିବାରେ ମୂଳଦୁଆ ପକାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୯୨୧ ମସିହାରେ ବିପ୍ଲବୀ ବୀର ଚକ୍ରଧର ବେହେରା ସେ ରାଜତନ୍ତ୍ର ବିରୋଧୀ ଲଢେଇକୁ ଆଗକୁ ନେଇଥିଲେ । ବିପ୍ଲବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ସେହି ଅମ୍ଳାନ ଲଢେଇ ସ୍ମୃତି ପ୍ରତି ସମ୍ମାନ ଜଣାଇ ବିପ୍ଲବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ୧୪୧ ତମ ଜନ୍ମ ବାର୍ଷିକ ଉପଲକ୍ଷେ ମଉସୁଧା ବଜାର ଠାରେ ସ୍ମୃତିଚାରଣ ସଭା ସମାଜସେବୀ ସମ୍ବୁନାଥ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ, ମୁଖ୍ୟବକ୍ତା ଭାବେ ତରାସ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସମାଜସେବୀ କାଳିପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ବିଜେଡି ଚାନ୍ଦବାଲି ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଧଳ, ଧାମରା ମହାସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା, ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ, କଂଗ୍ରେସ ନେତା ଦିଗମ୍ବର ଦାସ, ସମାଜସେବୀ ମୁରଲିଧର ପରିଡା, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭ୍ୟ ଇଂ ଅଭୟ ସୂତାର, ଘଣ୍ଟେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ପରିଡା, ସିପିଆଇ(ଏମ) ନେତା ମଳୟ ଭୋଇ, ଯୁବନେତା ବିକାଶ ନାଥ, ସମାଜସେବୀ ଅକ୍ଷୟ ପରିଡା ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ଐତିହାସିକ ଓ ସମାଜସେବୀ ବଂଶୀଧର ଭୋଇ, ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଜନ୍ତୁଆଳି ନୂଆଗାଁ ବଲ୍ଲଭ ଶଙ୍ଖାଳି ଚାରିମୌଜା ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ରୀ ସରିତା ନାୟକ, ମଦନ ମୋହନ ଜିଉ ଉଚ୍ଚବିଦ୍ୟାଳୟ ଛାତ୍ର ପ୍ରିୟ ଶୁଭଦର୍ଶୀ ଦାସଙ୍କୁ ସେମାନଙ୍କ କୃତିତ୍ବ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ସମାଜସେବୀ ଉପେନ୍ଦ୍ର କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ । ଏହି ସଭାରେ କନିକା ଅଞ୍ଚଳର ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।