ସାହିତ୍ୟ,ନୃତ୍ୟ ସଂଗୀତ,ଐତିହ୍ୟର ସମ୍ମିଳିତ ମଞ୍ଚ କଲାବୃତ୍ତିରେ ମନ୍ତ୍ରମୁଗ୍ଧ ପ୍ରଦର୍ଶନ ସହ ସାତ ଜଣଙ୍କୁ କଳlବୃତ୍ତି ସମ୍ମାନ ଓ ରଘୁନାଥ ସ୍ମୃତି ସମ୍ମାନ ପ୍ରଦାନ |

122

କଟକ (ଉତ୍କଳ ନ୍ୟୁଜ ) ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର,ପ୍ରେଖ୍ୟାଳୟ ଠାରେ ୧୦ ଟାରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ " ସାହିତ୍ୟ, ସଂଗୀତ ଓ ନୃତ୍ୟର ସମ୍ମିଳିତ ମନ୍ତ୍ରମୁଗ୍ଧ ପ୍ରଦର୍ଶନ ସହ ସାତ ଜଣ ଅନନ୍ୟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା l ମଧ୍ୟାହ୍ନ ରେ ଗୋପାଳକୃଷ୍ଣ କବିତା ଆସର," କାର୍ଯ୍ୟକ୍ରମ ଓ ଅପରାହ୍ନରେ ଅନେକ ପ୍ରତିଷ୍ଠିତ ନବ ଓ ଯୁବ ପ୍ରତିଭା ଓଡିଶୀ,ସମେତ କଥକ, ଛଉ, ସମ୍ବଲପୁରୀ,ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ବାଦ୍ୟ ସଂଗୀତ ପରିବେଷଣ", କରଯାଇଥିଲା l ସନ୍ଧ୍ୟା ଅଧିବେଶନ ରେ ପ୍ରତିଷ୍ଠିତ ସଂଗୀତ ଗୁରୁ ଶାସ୍ତ୍ରୀୟ ସଂଗୀତ, ମର୍ଦଳ ବାଦନ ସହ ଲବ୍ଧ ପ୍ରସ୍ତିସ୍ଥିତ ନୃତ୍ୟ ଗୁରୁ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ମୋହ ଥିଲେ " l ମୁଖ୍ୟ ଆୟୋଜକ ଗୁରୁପଦ ବଳିୟାରସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ" ଓ "କଳାବୃତ୍ତି ସମ୍ମାନ ପ୍ରଦାନ" କରାଯାଇଥିଲା l "ଗୋକୁଳ ଗୁରୁକୁଳ ଫାଉଣ୍ଡେସନ" ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଭାଷା, କଳା ସଂସ୍କୃତିର ପ୍ରଚାର ପ୍ରସାର ତଥା ଉନ୍ନତି କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସର୍ବଦା ଚେଷ୍ଟିତ l ଏ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଏକ ଛୋଟ ପ୍ରୟାସ l ପୂର୍ବାହ୍ନର ଗୋପାଳ କୃଷ୍ଣ କବିତା ଆସରରେ ଅନେକ ପ୍ରତିଷ୍ଠିତ ଓ ନବପ୍ରତିଭାବାନ କବି ଓ ଲେଖକ ଲେଖିକା ତାଙ୍କର କବିତା ପାଠ କରି ରସମୃତ ସାରସ୍ୱତ ପରିବେଶ ସୃଷ୍ଟି କରିଥିଲେ l ଅତିଥି ରୂପେ ପଦ୍ମଶ୍ରୀ ଡ଼.କୁମକୁମ ମହାନ୍ତି,ସଂସ୍କୃତି ଗବେଷକ ପ୍ରଫୁଲ୍ଲ ମିଶ୍ର, ଶକୁନ୍ତଳା ବଳିୟାରସିଂ,ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ବିଭିନ୍ନ ପର୍ଯ୍ୟୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା l ପ୍ରସିଦ୍ଧ ମର୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ କଲାବୃତ୍ତି ସଂଗୀତ ସମ୍ମାନ, ଓଡିଶୀ ଗୁରୁ ବିଚିତ୍ରଣନ୍ଦ ସ୍ୱାଇଁଙ୍କୁ କଲାବୃତ୍ତି ନୃତ୍ୟ ସମ୍ମାନ, ପାଲା ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଙ୍କୁ ଗୋକୁଳାନନ୍ଦ ସ୍ମୃତି ସମ୍ମାନ, କବି ଡ଼. ରକ୍ଷକ ନାୟକଙ୍କୁ ଗୋପାଳକୃଷ୍ଣ ସ୍ମୃତି ସମ୍ମାନ, ସାମ୍ବାଦିକ ବିମଲ କୃଷ୍ଣ ଥମ୍ବଙ୍କୁ ସାମ୍ବାଦିକ ତ୍ରିବ୍ରିକ୍ରମ ସ୍ମୃତି ସମ୍ମାନ, ବିଶିଷ୍ଟ ଗାୟିକା ସୁଶ୍ରୀ ସଂଗୀତା ଗୋସାଇଁ, ପ୍ରସିଦ୍ଧ ଓଡିଶୀ ନୃତ୍ୟ ଗୁରୁ ଡ଼ ସ୍ନେହାପ୍ରଭା ସାମନ୍ତରାୟ,ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସଙ୍କୁ ଶିଳ୍ପୀଗୁରୁ ଡ଼. ରଘୁନାଥ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା l ରଘୁନାଥ ସ୍ମୃତି ସାଂସଦର ପ୍ରସନ୍ନ ବିଷୋୟୀ, ତାରାକାନ୍ତ ପରିଡା,ସନ୍ତୋଷ ସେନାପତି, ମlଲା ଜେନା ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ ।