କଟକ ( ଉତ୍କଳ ନ୍ୟୁଜ ) ୩-୧୦-୨୬ : ଗଣତନ୍ତ୍ର ହତ୍ୟାକାରୀ ଭୋଟ ଚୋର ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବା, ଏସ୍ଆଇଆର୍ ବାତିଲ, ଇଭିଏମ ହଟାଇବା, ବାଲାଟ ପେପରରେ ଭୋଟ କରାଇବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟାରେ ମୃତ୍ୟୁ ବରଣ କରିଥିବା ସାଧାରଣ ଜନତା ଓ ବନ୍ୟା ପ୍ରପୀଡିତଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀ-ଭାଗଚାଷୀମାନଙ୍କ କୃଷି ଓ ମହାଜନୀ ଋଣ ଛାଡ କରିବା ଆଦି ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯିବା ପରେ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମଏଲ) ଲିବରେସନ ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ଦାବି ନେଇ ଆସନ୍ତା ୩ ଅକ୍ଟୋବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ପ୍ରତିବାଦ ଓ ପଥପ୍ରାନ୍ତ ସଭା, ୬ ଅକ୍ଟୋବରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ, ଅକ୍ଟୋବର ୭ରେ ଭଦ୍ରକ ସହର ସହିତ ୭ଟି ବ୍ଲକ ସଦର ମହକୁମାରେ ମୋଟର ସାଇକେଲ ରାଲି ସହ ଗାଡି ପ୍ରଚାର କାର୍ଯ୍ୟକ୍ରମ, ଅକ୍ଟୋବର ୮ ତାରିଖରେ ଓଡିଶା ବନ୍ଦକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ଅନ୍ୟତମ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗମୟ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇର ବରିଷ୍ଠ ନେତା ରମେଶ ଜେନା, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଜେନା, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ନାୟକ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ସିପିଆଇର ଯୁବନେତା ଦିଲିପ ନାୟକ, କଂଗ୍ରେସ ନେତା ବିଜୟ ବାରିକ୍, ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, କଂଗ୍ରେସ ନେତା ସରୋଜ କୁମାର ରାଉଳ, ଗୟାଧର ସେଠୀ, ଆଶିଷ କୁମାର ରାଉତ, ଶୁଭାଶିଷ ମଲ୍ଲିକ, ଗୋଲାମ ମୟୁରିଦ୍ଦିନ, ସଞ୍ଜୟ ମିଶ୍ର, ମହେଶ କୁମାର ମିଶ୍ର, ରାଜୁ ପ୍ରସାଦ ରାୟ ଓ ସେକ୍ ହାସିନା ପ୍ରମୁଖ ସାମିଲ ହୋଇ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଓଡିଶାର ରାଜସ୍ୱ ଅଧିକାର ପାଇଁ ଭଦ୍ରକ ଜିଲ୍ଲାବାସୀ ଏକ ହୋଇ ଲଢିବାକୁ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |