ତିହିଡ଼ିରେ ଜିଲ୍ଲାପାଳଙ୍କ ଜନଶୁଣାଣି, ୧୩୦ ଅଭିଯୋଗ ପଞ୍ଜୀକୃତ |

111

କଟକ,(ଉତ୍କଳ ନ୍ୟୁଜ),୧.୦୭.୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି ପରିସରରେ ସୋମବାର ପୂବାହ୍ନରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍ ୩୦ ଅଭିଯୋଗ ପଞ୍ଜୀକୃତ ହୋଇଛି | ଜିଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୁଧୀର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଅଭିଯୋଗର ଶୁଣାଣି କରିଥିଲେ । ସରକାରୀ ଜମି ଜବର ଦଖଲ, ଭତ୍ତା, ଅନ୍ତ୍ୟୋଦୟ ଆବାସ ଆଦି ସମ୍ପର୍କୀତ ଅଭିଯୋଗ ଅଧିକ ଥିଲା । ଏହି ଅବସରରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପ୍ରଶାନ୍ତ ପଣ୍ଡାଙ୍କୁ ବସ ପାସ ଓ ବାହାବଳପୁର ଗ୍ରାମ ପଞ୍ଚାୟତର ବେଣୁଧର ଦାସଙ୍କୁ ଶୁଣିବା ସହାୟକ ଯନ୍ତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଅତିରିକ୍ତ ବିଡିଓ ମାନସ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣି ଶିବିର ପରିଚାଳନା କରିଥିଲେ ।