ମଙ୍ଗଳପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଶୁଭ ଶିଳାନ୍ୟାସ |

188

କଟକ (ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବହୁ ପ୍ରତୀକ୍ଷିତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କାଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗୁରୁବାର ଠାରୁ ନିର୍ମାଣ କାର୍ଯ୍ୟରମ୍ଭ ହେବ ଏବଂ ଖୁବ୍ ଶୀଘ୍ର ପଞ୍ଚାୟତବାସୀଙ୍କ ସେବାରେ ଲାଗିବ ବୋଲି ଶ୍ରୀମତୀ ଲେଙ୍କା ଉଦ୍‌ବୋଧନ ଦେଇଥିଲେ । ତେବ ଦଳମତ ନିର୍ବିଶେଷରେ କମାରିଆ ମୌଜାର ମଙ୍ଗଳପୁର ରାସ୍ତା ସନ୍ନିକଟସ୍ଥ ଖେଳ ପଡିଆ ଠାରେ ତହସିଲ ପକ୍ଷରୁ ଏହି ପ୍ରକଳ୍ପ ଲାଗି ୧୫ ଡିସିିମିଲ ଜମି ଯୋଗାଇ ଦିଆଯାଇଛି ଏବଂ ସରକାରଙ୍କ ପକ୍ଷରୁ ବ୍ୟୟ ବରାଦ ମଧ୍ୟ କରାଯାଇଛି । ତେବେ ନୂତନ କାର୍ଯ୍ୟାଳୟର ଆବଶ୍ୟକ ମୁତାବକ ଗୃହ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସିନ୍ଦୋଳ ପଞ୍ଚାୟତର ପୂର୍ବତନ ସୁରେନ୍ଦ୍ର ନାୟକ, କୋହ୍ଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ନାୟକ, ସମାଜସେବୀ ହରିହର ଲେଙ୍କା, ଦେବେନ୍ଦ୍ର ମହାନ୍ତି, କମଳାକାନ୍ତ ଲେଙ୍କା, ବିଜୟ ବଳ, ରମାକାନ୍ତ ମହାଳିକ, ରବିନ୍ଦ୍ର ଦାସ, ରବିନ୍ଦ୍ର ପାଣି, ରମାକାନ୍ତ ରାଉଳ, ସୁରେନ୍ଦ୍ର କରଣ, ବାବାଜୀ ରାଉଳ, ଦିବାକର ମହାଳିକ, ଅନାଦି ଚରଣ ବେହେରା, ମହେଶ୍ୱର ବାରିକ, ଗଦାଧର ମଳିକ, ଅକ୍ଷୟ ସେଠୀ, ବିଦ୍ୟାଧର ମହାଳିକ, ହରିହର ମହାଳିକ, ସଞ୍ଜୟ ମହାନ୍ତି, ପ୍ରହ୍ଲାଦ କୁଅଁର, ବିପିନ ଦାସ, ଦେବାଶିଶ ମହାଳିକ, ଅଶୋକ ମାଇତି, ସଞ୍ଜୟ ମହାଳିକ, ପ୍ରଶାନ୍ତ ବାରିକ, ଭରତ କାଣ୍ଡି, ଶୈଳେନ୍ଦ୍ର ସେଠୀ, ଉଦୟ ବଳ, ଅଶ୍ୱନୀ ଦାସ, ବନା ଦାସ ଓ ଜୁଲେଦ୍ ଖାଁ ପ୍ରମୁଖ ଶତାଧିକ ପଞ୍ଚାୟତବାସୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ବେଦାନ୍ତ, ଜିଆଏସ ସୁଦର୍ଶନ ଦାସ ଏବଂ ୱାର୍ଡ ସଭ୍ୟ ସରସ୍ୱତୀ ନାୟକ, ଲକ୍ଷ୍ମୀପ୍ରିୟା ମହାଳିକ, ମନୋରମା ସେଠୀ, ରଞ୍ଜନ ଗିରି, ମଧୁସୂଦନ ମଳିକ, ମୋନାଲିସା ରାଉତ, ସୀତାରାଣୀ ସେଠୀ, ସଦାମ ହୁସେନ୍ ଖାଁ, ରୋଜାଲିସା ସାହୁ ଓ କନକଲତା ବାରକ ପ୍ରମୁଖ ପରିଚାଳନା କରିଥିଲେ । ଏଠାରେ ସୂଚନା ଥାଉକି, ୨୦୧୭ ମସିହାରେ ନୂତନ ପଂଚାୟତ ଗଠନ ହେବା ପରେ କାର୍ଯ୍ୟାଳୟ ଗୃହ ନିମନ୍ତେ ଜମି ଚିହ୍ନଟକୁ ନେଇ ବିବାଦ ଦେଖା ଦେଇଥିଲା । ଏମିତି ଭାବେ ୫ ବର୍ଷ ବିତି ଯାଇଥିଲା । ଏବର ସରପଂଚ ଓ ସମିତି ସଭ୍ୟା ତଥା ବ୍ଲକ ଉପାଧ୍ୟକ୍ଷାଙ୍କ ଉଦ୍ୟମରେ ଜମି ଚିହ୍ନଟ ନେଇ ବାରମ୍ବାର ଦାବି କରାଯାଇଥିଲା । ବହୁ ବାଦାନୁବାଦ ସହିତ ପ୍ରଶାସନର ହସ୍ତକ୍ଷେପରେ ଏପରି ସମାଧାନ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |