କଟକ (ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୬ : ୮୪ ମଣ୍ଡଳୀ ମେହେନ୍ତର ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ। କଟକ ଜିଲ୍ଲାର ଅଗ୍ରଣୀ ଦଳିତ ଅନୁଷ୍ଠାନ ୮୪ ମଣ୍ଡଳୀ ମେହେନ୍ତର ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କଟକ ସହର ଥୋରିଆ ସାହି ସ୍ଥିତ ୮୪ ମଣ୍ଡଳୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ୮୪ ମଣ୍ଡଳୀର ସଭାପତି ରାମଚନ୍ଦ୍ର ଗୋଛାୟତ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ବୃନ୍ଦ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଦୁଇ ବର ପୁତ୍ରଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଡଭୋକେଟ୍ ଅନୀଲ୍ କୁମାର ନାୟକ, ଦିବାକର ଢୋଲି, ରାମଚନ୍ଦ୍ର ନାୟକ,ଉମେଶ କୁମାର ଗୋଛାୟତ, ସାଗର ନାୟକ,ନିଖିଲ କାହାଳୀ,ପ୍ରେମାନନ୍ଦ ମୁଖୀ,ସଞ୍ଜୟ ନାୟକ, ଗଣେଶ ନାୟକ,ପିଣ୍ଟୁ କାହାଳୀ,ଭରତ ନାୟକ,ମଦନ ଗୋଛାୟତ,ଗଗନ ନାୟକ,ସୁଶିଲ ନାଏକ,ସୁନିଲ ନାୟକ,ବାନାମ୍ବର ନାୟକ,ମୁନା ନାୟକ ପ୍ରମୁଖ କର୍ମକର୍ତ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।