ବକ୍ସସିତୁଳସୀପାଲି ସ୍କୁଲ ଠାରେ ବନମହୋତ୍ସବ ପାଳିତ।

520

କଟକ (ଉତ୍କଳ ନ୍ୟୁଜ)୦୧-୦୭-୨୦୨୫ : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ବ୍ଲକ ବକ୍ସସିତୁଳସୀପାଲି ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବନଖଣ୍ଡ ଅଧିକରୀ ଓ ଶିକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ୭୬ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ କଳାହାଣ୍ଡି ଦକ୍ଷିଣ ବନାଞ୍ଚଳ ଜୁନାଗଡ଼ ବନଖଣ୍ଡ ଅଧିକାରୀ ଶୀମାଞ୍ଚଳ ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ , ସରପଞ୍ଚ ଦିବ୍ୟଦୀପ, କଲେଇଗାଁ ସରପଞ୍ଚ ମଳୟରଞ୍ଜନ ଆଚାର୍ଯ୍ୟ, ପୁର୍ବତନ ଜୁନାଗଡ଼ ନଗରପାଳ ସୁଧାଂଶୁ ଶେଖର ବରାଡ଼ ଓ ମୁକେଶ ଅଗ୍ରୱାଲ, ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ତପନ ମାଝୀ, ସମିତି ସଭ୍ୟା କାଂଚନ ବାଗ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ , ଅଙ୍ଗନବାଡି,ଆଶା କର୍ମୀ, ସି ଅରର୍ପି, ଏମ ବି କେ, ଓ ସହଯୋଗ କାରୀ ଏନଜିଓ ସଂସ୍ଥା ବିଭିନ୍ନ ମହିଳା ସଂଗଠନ ଓ ବିଭିନ୍ନ ସହଯୋଗୀ ସଂଗଠନ ର କର୍ମକର୍ତା ଉପସ୍ଥିତ ହୋଇ ବୃକ୍ଷ୍ୟ ରୋପଣ କରିଥିଲେ ,ଏଥି ସହ,ଅନେକ ବନଖଣ୍ଡ କର୍ମଚାରୀ, ବନମାଲୀପୁର ବିଟ ଅଂଚଳ ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସହ ସମସ୍ତ ବନଖଣ୍ଡ କାର୍ଯ୍ୟକର୍ତା ଉପସ୍ଥିତ ରହିଏଥିରେ ସକ୍ରିୟ ସହଯୋଗ କରିବା ସହ,ସ୍କୁଲ ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ମାନଙ୍କ ସହ ସ୍କୁଲ ଛାତ୍ର ଛାତ୍ରୀ ମାନେ ଉତ୍ସlହ ର ସହିତ ବିଭିନ୍ନ ପ୍ରକାର ଗଛ ର ଚାରାରୋପଣ କରିଥିଲା। ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବାସହ ମାଆ ନାଁ ରେ ଗୋଟିଏ ଗଛ ଲଗାଇଵା ପାଇଁ ଧର୍ମଗଡ଼ ବିଧାୟକ ଜନସାଧାରଣଙ୍କ ପାଖରେ ବାର୍ତା ପ୍ରଦାନ କରିଥିଲେ ଓ ତାଙ୍କର ନିଷ୍ଠାପର ସହଯୋଗ କୁ ଅଂଚଳ ବlସି ପ୍ରଶଂସା କରିଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l