ଅନୁଷ୍ଠିତ ହେବାକୁ ଯାଉଛି ମା ହିଙ୍ଗୁଳା ଦେବିଙ୍କ ୯୬ ତମ ବିଶ୍ୱ ଶାନ୍ତି ମହାଯଜ୍ଞ ମହୋତ୍ସବ, ଏ ନେଇ ସାମ୍ବାଦିକ ସମ୍ମିଳନୀ |

32

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ଜଗତ ଜନନୀ ବଟବୃକ୍ଷ ବାସିନୀ ମା ହିଙ୍ଗୁଳାଙ୍କ ନାମ ଯଜ୍ଞ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଚିଲା ଗ୍ରାମରେ ଆସନ୍ତା ୧.୪.୨୦୨୬ ତାରିଖରୁ ଆରମ୍ଭ ହୋଇ ୯.୪.୨୦୨୬ ରିଖ ରେ ଶେଷ ହେବ l ଅନେକ ବର୍ଷ ପୂର୍ବେ ମା ହିଙ୍ଗୁଳା ଙ୍କ ଅବ୍ରୀଭାବ ଏହି ଗ୍ରାମରେ ହୋଇଥିଲା l ସ୍ବର୍ଗୀୟ ହାଡୁ ଦାସଙ୍କ ବଳଦ ପିଠିରେ ମା ଆସି ଥିଲେ l ସ୍ୱପ୍ନାଦେଶ ପରେ ମା ଏହି ଗ୍ରାମର ଶେଷରେ ଥିବା ବଟବୃକ୍ଷରେ ବିରାଜମାନ ରହି ଦୀର୍ଘ ବର୍ଷ ପୂଜାପାଇ ଆସୁଛନ୍ତି l ମା" ଙ୍କ ପୂଜା ଅର୍ଚନା ଆରମ୍ଭ ଦିନ ଠାରୁ ସୂର୍ଯ୍ୟ ଅସ୍ତ ହେଲେ କାହାରି ଘରେ ଚୁଲି ଜଳେ ନାହିଁ କି କାହା ଘରେ ଆମିଷ ପସେନାହିଁ, ଏହି ପୂଜା ପର୍ଯ୍ୟାୟ କ୍ରମେ ନାମ ସଂକୀର୍ତ୍ତନରୁ ମହୋତ୍ସବରେ ପରିଣତ ହୋଇଛି, ଭକ୍ତ ମାନଙ୍କ ଆଗମନକୁ ଲକ୍ଷ କରି ମା ହିଙ୍ଗୁଳା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ବ୍ୟାପକ ପ୍ରସୂତି ଆରମ୍ଭ କରାଯାଇଛି l ଏହି ପୂଜାରେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ କମିଟି ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି l ଏହି ପୂଜା କୁ ସରସ ସୁନ୍ଦର କରିବା ପାଇଁ ଅଞ୍ଚଳ ବାସୀଙ୍କ ମନରେ ଭକ୍ତି ଭାବ ଭରି ରହିଛି l Byte 1,2,3