ସିନ୍ଦୋଳ ଲକ୍ଷ୍ମୀନାରାୟଣଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ |

65

କଟକ ( ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଆରୁହାସ୍ଥିତ ସାର୍ବଜନିନ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣଙ୍କ ସୁବର୍ଣ୍ଣ ଜୟନ୍ତୀ ଓ ପ୍ରତିଷ୍ଠା ଉତ୍ସବ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରେ ଲଷ୍ମୀନାରାୟଣଙ୍କ ପୀଠରେ ସ୍ୱନକ୍ଷତ୍ର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏନେଇ ୧୫୧ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଙ୍କୁରାରୋପଣ, ଅଧିବାସ, ସୂର୍ଯ୍ୟପୂଜା ପରେ ଘଟ ସ୍ଥାପନ ହେବାପରେ ଲଷ୍ମୀନାରାୟଣ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ଆରୁହା, ରଥସାହି, ମଲ୍ଲିକସାହି ପରିକ୍ରମା କରି ନୂଆ ପୋଖରୀରେ କଳସ ବୁଡ଼ା ଯାଇଥିଲା । କଳସ ଶୋଭାଯାତ୍ରାରେ ସ୍ୱର୍ଣ୍ଣଲତା ବାରିକ, ଗୌରୀଲତା ବାରିକ, ରିନାଲତା ନାୟକ, ଅତସୀ ନାୟକ, ସୁଲୋଚନା ନାୟକ, ଚାରୁଲତା ଦାସ, ଗୀତାଞ୍ଜଳି ଦାସ, ଶୁସିଳା ଦାସ, ଭାନୁପ୍ରିୟା ଦାସ ଓ ଗୌରୀଲତା ଦାସ ପ୍ରମୁଖଙ୍କ ସମେତ ମାନସିକ ଧାରୀ ମହିଳାମାନେ ଯୋଗ ଦେଇଥିଲେ । କଳସ ସବୁକୁ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ଯଜ୍ଞ ପୁରୋହିତ ଭାବେ ସୀତାକାନ୍ତ ପାଣି, ଅନିରୁଦ୍ଧ ପାଣି, ଶୁକଦେବ ପାଣି, ପରମେଶ୍ୱର ପାଣି, ଖଗନ ମିଶ୍ର, କର୍ତ୍ତା ଭାବେ ରବିନ୍ଦ୍ର ବାରିକ ଓ ରଶ୍ମିପ୍ରଭା ବାରିକ କାର୍ଯ୍ୟ ତୁଲାଇଥିଲେ । ପୂଜା କମିଟି ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଶାସକ ମୂରଲୀଧର ବାରିକ, ଇଂ ଭାଗିରଥି ବେହେରା, ଗୋଲକ ବିହାରୀ ମଲ୍ଲିକ, ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଦେବେନ୍ଦ୍ର ନାଥ ବାରିକ, ଉପ ସଭାପତି ସରୋଜ କୁମାର ନାୟକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ବାରିକ, କରୁଣାକର ନାୟକ, ଅନିରୁଦ୍ଧ ବାରିକ, ବଳରାମ ମଲ୍ଲିକ, ନିରଞ୍ଜନ ନାୟକ, ରବିନ୍ଦ୍ର ଦାସ, ମାନସ ସେନାପତି, ଭଗବାନ ଦାସ, ଚକ୍ରଧର ଦାସ, ଲଷ୍ମୀଧର ଦାସ, ସୁକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଯଜ୍ଞର ପୂର୍ଣ୍ଣାହୁତିରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ଶାନ୍ତି ଶୃଙ୍ଖଳାରେ ପ୍ରସାଦ ସେବନ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ