ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେ ଟାଙ୍ଗି ସ୍ଥିତ ଟେଟ୍ରାହେଡ୍ରନ୍ ଗୃପ ଅଫ୍ ଇନ୍‌ଷ୍ଟିଚ୍ୟୁସନର ଅଦ୍ଭୂତପୂର୍ବ ସଫଳତା |

1122

କଟକ ( ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୬ : ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେ ଟାଙ୍ଗି ସ୍ଥିତ ଟେଟ୍ରାହେଡ୍ରନ୍ ଗୃପ ଅଫ୍ ଇନ୍‌ଷ୍ଟିଚ୍ୟୁସନର ଅଦ୍ଭୂତପୂର୍ବ ସଫଳତା | ଓଡିଶା ଉଚ୍ଚମାଧ୍ଯମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଘରୋଇ ବିଜ୍ଞାନ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନର ଶତପ୍ରତିଶତ ସଫଳତା ହାସଲ କରିଛି । ସମୁଦାୟ ୧୧୬୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୪୪ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ୯୮%ରୁ ଉର୍ଦ୍ଧ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ବରାଳ ସମୁଦାୟ ୫୯୪ନମ୍ବର ରଖି ଟେଟ୍ରାହେଡ୍ରନ୍ ମହିଳା ଉଚ୍ଚମାଧ୍ଯମିକ ବିଦ୍ୟାଳୟର ଟପର ହୋଇଥିବା ବେଳେ ଶୁଭଶ୍ରୀ ଦାସ ୫୯୩ନମ୍ବର ରଖି ୨ୟ ସ୍ଥାନ ଓ କୁମ୍ କୁମ୍ ପତି,ସାଇ ସୁରୁପା ତ୍ରିପାଠୀ, ପ୍ରଜ୍ଞା ପ୍ରଧାନ ସମାନ ୫୯୨ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟେଟ୍ରାହେଡ୍ରନ୍ ଉଚ୍ଚମାଧ୍ଯମିକ ବିଦ୍ୟାଳୟର କମଲ କିରନ୍ ବାରିକ, ନିର୍ମଳ ପ୍ରଭାତ ଜେନା ଓ ରାଜେଶ କୁମାର ସାହୁ ୫୮୮ନମ୍ବର ରଖି ୫୮୮ନମ୍ବର ରଖି ଟପର ହୋଇଛନ୍ତି । ଭବିଷ୍ୟତରେ ଡାକ୍ତର ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । ସେହିପରି ଅନୁଷ୍ଠାନର ୯୫ଜଣ ଛାତ୍ରଛାତ୍ରୀ ୯୫%, ୪୧୨ଜଣ ୮୮%, ୫୫୮ଜଣ ୮୫%, ୭୭୧ଜଣ ୮୦%, ୯୪୮ଜଣ ୭୫% ଓ ୧୦୬୬ଜଣ ୭୦% , ୧୧୪୪ଜଣ ୬୦%ରୁ ନମ୍ବର ରଖି ପାସ କରିଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କ ଏହି ଅଦ୍ଭୂତପୂର୍ବ ସଫଳତା କୁ ନେଇ ବୁଧବାର ନୂତନ କଲେଜ କ୍ୟାମ୍ପସ ରେ ଏକ ସମ୍ବର୍ଦ୍ଧନା ଉତ୍ସବ କରାଯାଇ କୃତି ବିଦ୍ୟାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜ ର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରା ପିଲା ମାନଙ୍କ ସଫଳତା ପାଇଁ ସେମାନଙ୍କ ଅଭିଭାବକ , ଶିକ୍ଷକ , ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ | ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କ ଅଦ୍ୟମ ଚେଷ୍ଟା ପାଇଁ ଟେଟ୍ରାହେଡ୍ରନ୍ ଗୃପ ଅଫ୍ ଇନ୍‌ଷ୍ଟିଚ୍ୟୁସନ ଆଜି ସଫଳତା ର ଶୀର୍ଷ ରେ ପହଂଚିପାରିଛି ଏବଂ ଆଗାମୀ ଦିନ ରେ ଏହି ଫଳାଫଳ ଆହୁରି ଭଲ ହେବ ବୋଲି କହିଛନ୍ତି ଅଧ୍ୟକ୍ଷ ତ୍ରିଦେବ ବେହେରା |