ସାଲେପୁର କ୍ରିଷ୍ଣାପୁର ଚାଟେଶ୍ୱର ଶୈବପୀଠରେ ଗହ୍ମା ଝୁଲଣ ଓ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ |

60

କଟକ (ଉତ୍କଳ ନ୍ୟୁଜ ) ୧୧-୦୮-୨୦୨୫ : କଟକ ଜିଲ୍ଲା ସାଲେପୁର କ୍ରିଷ୍ଣାପୁର ଐତିହାସିକ ଚାଟେଶ୍ୱର ଶୈବପୀଠରେ ଗହ୍ମାପୂର୍ଣ୍ଣିମା ଅବସରରେ ଗହ୍ମା ଝୁଲଣ ଓ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଶ୍ରାବଣମାସରେ ୫ଦିନ ବ୍ୟାପି ଏହି ଗହ୍ମା ଝୁଲଣ କୃଷ୍ଣପକ୍ଷ ଏକାଦଶୀରେ ଆରମ୍ଭ ହୋଇ ଗହ୍ମାପୂର୍ଣ୍ଣିମାରେ ଉଦଯାପିତ ହୋଇଥାଏ। ପ୍ରତ୍ୟେକ ଦିନ ଗୋଟେ ଝୁଲଣରେ ମହାପ୍ରଭୁ ଚନ୍ଦ୍ରଶେଖର ପାର୍ବତୀ ଓ ଅନ୍ୟ ଏକ ଝୁଲଣରେ ରାଧା କୃଷ୍ଣ ବିରାଜମାନ ହୋଇଥାନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆଳତି ସହ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ। ବଳଭଦ୍ରଙ୍କ ଜନ୍ମ ଓ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସହ ମହାପ୍ରଭୁଙ୍କ ଗହ୍ମା ଝୁଲଣ ଆଜି ଉଦଯାପିତ ହୋଇଯାଇଛି। ଏଭଳି ଦେବଦୁର୍ଲ୍ଲଭ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଝୁଲଣ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। .କଟକ ଜିଲ୍ଲା ସାଲେପୁର ରୁ ବାବୁଲି ବାରିକ ଉତ୍କଳ ନିୟୁଜ |