ଚୌଦ୍ୱାର କଳାପ୍ରକାସିନୀ କ୍ଲବରେ ଇମ୍ଫା ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର |

200

କଟକ (ଉତ୍କଳ ନ୍ୟୁଜ ) ୨୩-୧୨-୨୦୨୫ ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର କଳାପ୍ରକାସିନୀ କ୍ଲବ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫା ଚୌଦ୍ୱାରର ପାୱାର ପ୍ଲାଣ୍ଟ ପରିଚାଳନା ବିଭାଗର ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ଓ କଳାପ୍ରକାଶିନୀ କ୍ଲବ ର ସଭାପତି ଶ୍ରୀ ବିଷ୍ଣୁ ଚରଣ ପରିଡା ଉଦଘାଟନ କରିବା ସମୟରେ କଳାପ୍ରକସିନୀ କ୍ଲବର ସଦସ୍ୟଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ପରିଡ଼ା, ନିତ୍ୟାନନ୍ଦ ସ୍ୱାଇଁ, ବଳରାମ ବେହେରା, ସୁଧାଂଶୁ ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ୬ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, କର୍ଣ୍ଣ, ନାସା ଓ ଗଳା ବିଭାଗର ସାହାଯ୍ୟରେ ୩୦୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ବବିତ ନନ୍ଦ, ଦେବାଶିଷ ତ୍ରିପାଠୀ, ମାନସ ପଣ୍ଡା, ପ୍ରଶାନ୍ତ ସାହୁ, ସଂଜୀବ ପୁରୋହିତ, ରମେଶ ସାହୁ, ନିରଞ୍ଜନ ସାହୁ, ସରୋଜ ସାହୁ, ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ।

ସ୍ଥାନୀୟ ଅଂଚଳରେ ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଓ କ୍ଲବ ସଦସ୍ୟମାନେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସ୍ଥିତପ୍ରଜ୍ଞ ଦାସ, ବିଶ୍ୱଜିତ ମିଶ୍ର, ମନୋଜ ମହାପାତ୍ର ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।