କଟକ ( ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଜୁ ଜନତା ଦଳର ତିହିଡ଼ି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୯ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଅଲିନଗର ଠାରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ଜେନା ସଂଯୋଜନା କରିଥିଲେ । ପରେ ଦଳୀୟ କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦଳର ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଡାକ୍ତର ସଂଜୟ କୁମାର ଦାସ, ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ଆଡଭୋକେଟ ଚିନ୍ତାମଣି ଦାସ, ଗଣେଶ ନାୟକ, ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ, ସରପଞ୍ଚ କୈଳାସ ପରିଡ଼ା, ସମବାୟ ସମିତି ସଭାପତି ନିତ୍ୟାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, କୀର୍ତ୍ତର୍ନ ରାଉତ, ପୂର୍ବତନ ସମିତି ସଭ୍ୟ ସଂଗ୍ରାମ କେଶରୀ ଦାସ, ସମବାୟ ସମିତିର ପୂର୍ବତନ ସଭାପତି ସୁଧନ୍ୱା ନାୟକ, ଆର୍କେଶ ନାୟକ ପ୍ରମୁଖ ବିଜୁ ବାବୁଙ୍କର ବହୁମୁଖୀ ପ୍ରତିଭା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |