ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି |

98

ଆଠଗଡ,(ଉତ୍କଳ ନ୍ୟୁଜ),୨୧.୦୭.୨୦୨୫ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର, ହଜାର ହଜାର କାଉଡିଆ ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି କରିବେ । ରାତି ଗୋଟାଏ ରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ସହ ସାଢେ ଗୋଟାଏ ସମୟରେ କାଉଡିଆ ମାନେ ଜଳ ଲାଗି କରିଥିଲେ | ଶ୍ରାବଣ ସୋମବାର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ବାରିକେଟ ସହ ପୋଲିସ ପ୍ରଶାସନ ପକ୍ଷରୁ ସାଢେ ଚାରି ପ୍ଲାଟୁନ ଫୋର୍ସ, ଜଣେ ଏଡିସନାଲ ଏସପି , 3 ଜଣ ଡିଏସପି ସମେତ 20 ଜଣ ଅଫିସର ମୃତୟନ ର ବ୍ୟବସ୍ଥା କରାଯାଇଥିବା ସହ ପୂଜକ ସମିତି ପକ୍ଷରୁ ପ୍ରସ୍ତୁତ ଥିବା ସୂଚନା ମିଳିଛି। ବ୍ରହ୍ମ ମୂହୁର୍ତ୍ତରେ କାଉଡିଆ ମାନେ ଜଳ ଲାଗି କରିବେ । କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ଖୋଲି କେବଳ ମାନସିକ ଜଳଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି କରିବେ |ଅନ୍ୟପକ୍ଷେ ମନ୍ଦିରରେ ପ୍ରଥମ ସୋମବାର ଠାରୁ ଦ୍ୱିତୀୟ ସୋମବାରରେ ବହୁମାତ୍ରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି |