କଟକ ( ଉତ୍କଳ ନ୍ୟୁଜ ) ୨୧ -୦୨-୨୦୨୬ : ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ଅଂଚଳର ବାଣୀପଦା ଗ୍ରା.ପ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବିଦ୍ୟାପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ଓ ଜୋନ ୧୧ର ଜ଼ୀଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ଉଦଘାଟନ କରିବା ସମୟରେ ବାଣୀପଦା ଗ୍ରା.ପ ସରପଞ୍ଚ ଶ୍ରୀ ଦିଲ୍ଲୀପ କୁମାର ଭୋଇ, ଯୁବ ସଂଗଠକ ଶ୍ରୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଶ୍ରୀ ଲକ୍ଷ୍ମଣ ରାଉତ, ବିଦ୍ୟାପୀଠର ପ୍ରଧାନଚାର୍ୟ ଶ୍ରୀ ନବକିଶୋର ପଣ୍ଡା, ଇମ୍ଫାର ଅଧିକାରୀ ମଧ୍ୟରେ ନିରଞ୍ଜନ ସାହୁ, ମାନସ ପଣ୍ଡା, ଦେବାଶିଷ ତ୍ରିପାଠୀ, ସଂଜୀବ ପୁରୋହିତ, ରଜତ ସ୍ୱାଇଁ, ଅଶାନ୍ତ ବେହେରା ଓ ଲୋକସଂପର୍କ ଅଧିକାରୀ ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ। ଅବିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ଓ ଶିଶୁ ବିଭାଗର ସାହାଯ୍ୟରେ ୩୧୫ ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲ ଏବଂ ପାରା଼ମେଡିକାଲ କର୍ମଚାରୀଙ୍କ ଦ୍ୱାରା ରକ୍ତ ପରୀକ୍ଷା ଓ ମଧୁମେହ ପରୀକ୍ଷା ମଧ୍ୟ କରାଯାଇଥିଲା।

ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ବାଣୀପଦା, ବନ୍ଦାଳ, ଚଷାପଡା ଓ ଚାଙ୍ଗୁଡ଼ିଆ ଅଂଚଳର ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।