୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଭାରତନାଟ୍ୟମ ସାଙ୍ଗକୁ ଶିବ ତାଣ୍ଡବ ଗଣପତି ଆରାଧନା ରେ ଦୁଲୁକିଲା ମଞ୍ଚ।
କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୫ : କଟକ ନୃତ୍ୟ ଉତ୍ସବ କମିଟି ଜିଲ୍ଲା ପ୍ରଶାସନ ସିଏମସି ଓ ସିଡିଏର ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆୟୋଜିତ ୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା କୁ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦଘାଟନ କରିଥିଲେ।୧୬ବର୍ଷ ଧରି ଜାରି ରହିଥିବା ଏହି ଉତ୍ସବ ଆଜି ତାର ଉଦ୍ଦେଶ୍ୟ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ହୋଇପାରିଛି।ବରିଷ୍ଠ ଆଇନଜୀବୀ ସୌର ସୁନ୍ଦର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କମିଟିର ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧକୁ ଏକ ସାଙ୍ଗରେ ନେଇ ଯିବା ବାସ୍ତବିକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଓରମାସ ଯୁଗ୍ମ ସଚିବ ବିପିନ ବିହାରୀ ରାଉତ, ଦୈନିକ ସକାଳ ର ପ୍ରକାଶକ ଅମିତ ମଲ୍ଲିକ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସିଂହ, ଡାକ୍ତର ସତ୍ୟବ୍ରତ ମହାପାତ୍ର, ସମାଜସେବୀ ଦୀପୟନ ପଟ୍ଟନାୟକ ରମଜାନ ଖାନ ସମାଜସେବୀ ମଧୁସ୍ମିତା ବାରିକ ପ୍ରମୁଖ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଡାକ୍ତର କାଳୀ ପ୍ରସନ୍ନ ସ୍ୱାଇଁ, ଡାକ୍ତର ରାଜେଶ କୁମାର ଡୋରା ଙ୍କୁ ଜାତୀୟ ସେବା ରତ୍ନ, ଡାକ୍ତର ପ୍ରଶାନ୍ତ କୁମାର ପରିଡା,ଡାକ୍ତର ଅଜୟ ମହାପାତ୍ର, ଡ଼ ଉମାକାନ୍ତ ପାଣିଙ୍କୁ ଓଡିଶା ସେବା ରତ୍ନ, ବିଶିଷ୍ଟ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶ୍ରୀନିବାଶ ଶତପଥୀ ଙ୍କୁ ଓଡିଶା ଆଇନ ରତ୍ନ, ଡ଼ ଅଭିଜିତ ଷଡ଼ଙ୍ଗୀ ଙ୍କୁ ଓଡିଶା ଶିକ୍ଷା, ସାହିତ୍ୟିକା ଶକ୍ତିପ୍ରଦା ମହାପାତ୍ର ଙ୍କୁ ଓଡିଶା ସାହିତ୍ୟ ରତ୍ନ ତିତିକ୍ଷା ସାମଲ ଙ୍କୁ ଶିଳ୍ପ ରତ୍ନ ଓ ସାଇଭିଯନ ହସ୍ପିଟାଲ, ଚାଣକ୍ୟ ହସ୍ପିଟାଲ ଙ୍କୁ ହେଲଥ କେୟାର ଏକସିଲେନ୍ସ ସଂମ୍ମାନ ଅତିଥି ମାନେ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକରି ସଭାପତି ଡାକ୍ତର ଦୁର୍ଗା ଚାରଣ ଦାଶ ଅଧକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ।ଓଡିଶୀ ନୃତ୍ୟ ମଣ୍ଡଳ କଳାକାର ମାନଙ୍କ ଓଡିଶୀ ନୃତ୍ୟ ରୁ ଦ୍ୱିତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା।ପରେ ପରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ଗୁରୁ ଶୁଚିସ୍ମିତା ଆଦିତ୍ୟ ସରକାର, ଗୁରୁ ଅର୍ପିତା ସିଂହା ଙ୍କ ଗ୍ରୁପ ଚିତାକର୍ଷକ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।ଏଥି ସହିତ ସୃଷ୍ଟି ଡ୍ୟାନ୍ସ ଏକାଡେମୀ, ରେନବୋ ଡ୍ୟାନ୍ସ ଗ୍ରୁପ, ନୃତ୍ୟମ ନୃତ୍ୟଭୁମି, ସାଇକଳା କେନ୍ଦ୍ର ର କଳାକାର ମାନେ ଶିବ ତାଣ୍ଡବ, ଗଣେଶ ସୃତି ମଞ୍ଚସ୍ଥ କରିଥିଲେ।ଦ୍ୱିତୀୟ ସନ୍ଧ୍ୟାକୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଉଦେଶ୍ୟ ରେ ସମର୍ପଣ କରାଯାଇଥିଲା।କମିଟି ପକ୍ଷରୁ ଉଲ୍ଲାସ ସେନ, ସବିତା ମହାନ୍ତି ବବିତା ସ୍ୱାଇଁ ପଦ୍ମାଳୟା ବ୍ରହ୍ମଚାରୀ, ରଶ୍ମି ରଂଜନ ତ୍ରିପାଠୀ, ବିଶ୍ୱଜିତ ସେନାପତି ସ୍ନେହାଶିଷ ଦାସ, ସୁବାଶିଷ ଦାସ ସୁନୀଲ ଦାସ ସୁଧାକର କୁମାର ଶକ୍ତି ପ୍ରସାଦ ସାମଲ, ତନ୍ମୟ ରାୟ, ସତ୍ୟ ପ୍ରସାଦ ବଳ ସାମନ୍ତ ସନ୍ଦୀପ ମିଶ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. ଆରମ୍ଭ ରୁ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ଶେଷ ରେ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ ଧନ୍ୟବାଦ ଜଣାଇଥିଲେ।