ଓଡିଶା ଯୁବ ପ୍ରଶିକ୍ଷଣ ସଂସ୍ଥାର ନିଃଶୁକ୍ଳ ତାଲିମ କେନ୍ଦ୍ର ଉଦଘାଟିତ |

107

କଟକ (ଉତ୍କଳ ନ୍ୟୁଜ ) ୧୩-୦୫-୨୦୨୫ : ଓଡିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ ,ଓଡ଼ିଶାର ଯୁବକଯୁବତୀ ମାନଙ୍କୁ ସଶକ୍ତ କରିବା ଏବଂ ଜାତୀୟ ସେବାକୁ ପ୍ରୋତ୍ସାହିତ କରିବା ଓ କର୍ମସଂସ୍ଥାନ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଯୋଗ୍ୟ ବିବେଚିତ କରିବା ଏହି ପ୍ରଶିକ୍ଷଣ ସଂସ୍ଥାର ଲକ୍ଷ୍ୟ। ଆଜି କଟକ ନରଣପୁର ସ୍ଥିତ ଏକାଡେମୀକୁ ଉଦଘାଟକ ଭାବରେ ବାରବାଟି- କଟକର ମାନ୍ୟବର ବିଧାୟିକା ସୋଫିଆ ଫିର୍ଦୋଷ ଓ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଆସନ୍ତା ମାସ ୧୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା କଟକ ଜିଲ୍ଲାର ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ୬ଶହରୁ ଉର୍ଦ୍ଧ ଆଶାୟୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।ସେମାନଙ୍କ ମଧ୍ୟରୁ ଶତକଡା ୮୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ୨୧୦ଜଣ ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ମାଗଣା ଆବାସିକ ବ୍ୟାଚ୍ ପାଇଁ ମନୋନୀତ କରାଯିବ।

ବରିଷ୍ଟ ତଥା ଅଭିଜ୍ଞ ଶିକ୍ଷାବିତଙ୍କ ଦ୍ୱାରା ଶୈକ୍ଷିକ ପ୍ରଶିକ୍ଷଣ, ସଂରଚିତ ଶାରୀରିକ ସୁସ୍ଥତା ତାଲିମ, ଏବଂ ସାକ୍ଷାତକାର ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯିବା ସହ ଓଡିଶା ନିର୍ଦ୍ଦେଶାଳୟର ଏନସିସି ନିର୍ଦ୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଏବଂ ସଶସ୍ତ୍ର ବାହିନୀର ତାଲିମପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରତ୍ୟକ୍ଷ ପରାମର୍ଶ ପାଇପାରିବେ।ଏହି ପଦକ୍ଷେପ ଗ୍ରାମୀଣ ଏବଂ ଅବହେଳିତ ଯୁବକ ଯୁବତୀଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତିର ସୁଯୋଗ ଆଣିଦେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ସୁରେନ୍ଦ୍ର ସ୍ବାଇଁ କହିଛନ୍ତି। କଟକ ରୁ ଏମ .ଡି. ଜାଭେଦ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ | ଜାଭେଦ