BREAKING NEWS
- କଂଗ୍ରେସ ଏସସି ସେଲ ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ।
- ଶେଖ୍ ହସିନାଙ୍କ ବିରୋଧରେ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ମାମଲା ରୁଜୁ |
- ଧର୍ମାନ୍ତରଣ ରୢାକେଟ୍ର ମୁଖ୍ୟ ଛଙ୍ଗୁର ବାବାଙ୍କୁ ଗିରଫ କଲା ଇଡି |
- ୫୦ରୁ ଅଧିକ ଚାଷୀଙ୍କ ଜମି ଖାଇଲାନି ସୁବର୍ଣ୍ଣରେଖା |
- ଆସନ୍ତା ୧୪ ତାରିଖଠାରୁ କମି ପାରେ ବର୍ଷା |
- ଖେଳାଳିମାନେ ବିଦେଶ ବା ଅନ୍ୟ କୌଣସି ସ୍ଥାନକୁ ଖେଳିବାକୁ ଯାଆନ୍ତି, ଛୁଟି କଟାଇବାକୁ ନୁହେଁ :ଗୌତମ ଗମ୍ଭୀର
- ଭାରତରେ ପ୍ରବେଶ କରିବାକୁ ଯାଉଛି ଆମେରିକୀୟ ବୈଦ୍ୟୁତିକ କାର କମ୍ପାନି ଟେସଲା |
- ଝିଅର ସଫଳତା ସହିନପାରି ହତ୍ୟା କଲା ବାପା |
- ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି ‘କ୍ୟାପ୍ସ କାଫେ’ରେ ଗୁଳିକାଣ୍ଡ |
- ବଡୋଦରା ପୋଲ ଭୁଶୁଡିବା ଘଟଣା ମୃତ୍ୟୁ ସଂଖ୍ୟା ୧୭ ତିନି ଏବେ ବି ନିଖୋଜ |
ଆଞ୍ଚଳିକ
କଂଗ୍ରେସ ଏସସି ସେଲ ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ।
କଟକ(ଉତ୍କଳ ନିଉଜ)୧୦/0୭/୨୦୨୫ :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଚିକିଲି ଗ୍ରାମର ଚିତ୍ତ ରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲ ର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚିତ୍ତରଞ୍ଜନ ନିଆଲ ଭକ୍ତ ଦାସଙ୍କ ନେତୃତ୍ୱକୁ ଅନୁପ୍ରାଣିତ ହୋଇ କଂଗ୍ରେସ ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ କଂଗ୍ରେସରୁ ହାବଶପୁର ଯୋନ ସଭାପତି ଭାବେ ନିଜର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଥିଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇଥିଲେ । ବର୍ତ୍ତମାନ ଏସସିସେଲ ର ରାଜ୍ୟ ଉପସଭାପତି ହେବା ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଅନୁସୂଚିତ ଜାତି ପ୍ରତି ବଢୁଥିବା ଅନ୍ୟାୟ ଅତ୍ୟାଚାର ,ଗରିବ ନିଷ୍ପେସିତ ମାନଙ୍କ ସ୍ୱର ହୋଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ ।ଏ ନେଇ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟି ଆସୁଛି l
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ |
କଟକ - (ଉତ୍କଳ ନ୍ୟୁଜ) -୦୯.୦୭.୨୦୨୫- ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ -୨୦୨୫ ପାଳନ ଅବସରରେ କଟକ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱରାଜ ଆଶ୍ରମ ପରିସରରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି, ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ତଥା କଟକ ମହାନଗର ନିଗମରୁ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଯୋଗ ଦେଇ ପ୍ରତିଯୋଗିତାରେ ବିଜେତା ହେବା ଅପେକ୍ଷା ଅଂଶଗ୍ରହଣ କରିବା ଛାତ୍ରଛାତ୍ରୀମାନଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି ମତ ଦେଇଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଲକ୍ଷ୍ମୀପ୍ରିୟା ନାୟକ ,ରାମଚନ୍ଦ୍ର ପଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଙ୍କୀ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଅଭିଲିପ୍ସା ଆଞ୍ଜେଲ ବେହେରା , ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର , ଡ଼ମପଡା, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ସୋମ ପ୍ରୟାଶ ମହାରଣା , ସେକେଣ୍ଡlରୀ ବୋର୍ଡ ହାଇସ୍କୁଲ, କବିତା ଆବୃତି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଆଦ୍ୟାଶା ମହାଭୋଇ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଚମ୍ପେଶ୍ଵର ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବର୍ଗରେ ପ୍ରବନ୍ଧ ପ୍ରତିଯୋଗିତାରେ ସସ୍ମିତା ରାଉତ , ପଦ୍ମପୁର ଉଚ୍ଚ ବିଦ୍ୟାଳୟ, ବକ୍ତୃତା ପ୍ରତିଯୋଗିତାରେ ପ୍ରତୀକ ପାତ୍ର , ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଭୁ ସାରଥୀ ନାୟକ ,ସେକେଣ୍ଡlରୀ ବୋର୍ଡ ହାଇସ୍କୁଲ, କବିତା ଆବୃତି ପ୍ରତିଯୋଗିତାରେ ଆକାଂକ୍ଷା ଦାସ,ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବେ। ପ୍ରତିଯୋଗିତା ପରିଚାଳନାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଶ୍ରୀମତୀ ସବିତା ତ୍ରିପାଠୀ, ପ୍ରତିଭା ବେହେରା, ଗଗନ ମହାନ୍ତି, ପ୍ରଦ୍ୟୁମ୍ନ ବେହେରା, ସର୍ଫରାଜ୍ ଖାନ, ଗୟାଧର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ କୃତୀପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଚାରକ ଭାବେ ପ୍ରତିମା ଶତପଥୀ, ବୈଜୟନ୍ତୀ ମିଶ୍ର, ବିପିନ ବିହାରୀ ଶତପଥୀ, ରାଜୀବ ଷଡ଼ଙ୍ଗୀ, ଜ୍ଞାନପ୍ରିୟ କାନୁନଗୋ, ନୃସିଂହ ଚରଣ ପଣ୍ଡା, ଆଦିତ୍ୟ ପ୍ରତାପ ଧଳ ପ୍ରମୁଖ ଯୋଗ ଦେଇଥିଲେ।

ଜୁନାଗଡ଼,(ଉତ୍କଳ ନ୍ୟୁଜ)୧୦.୦୭.୨୦୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଚିକିଲି ଗ୍ରାମର ଚିତ୍ତରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲ ର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚିତ୍ତରଞ୍ଜନ ନିଆଲ ଭକ୍ତ ଦାସଙ୍କ ନେତୃତ୍ୱକୁ ଅନୁପ୍ରାଣିତ ହୋଇ କଂଗ୍ରେସ ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ କଂଗ୍ରେସରୁ ହାବଶପୁର ଯୋନ ସଭାପତି ଭାବେ ନିଜର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଥିଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇଥିଲେ । ବର୍ତ୍ତମାନ ଏସସିସେଲ ର ରାଜ୍ୟ ଉପସଭାପତି ହେବା ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଅନୁସୂଚିତ ଜାତି ପ୍ରତି ବଢୁଥିବା ଅନ୍ୟାୟ ଅତ୍ୟାଚାର ,ଗରିବ ନିଷ୍ପେସିତ ମାନଙ୍କ ସ୍ୱର ହୋଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ ।ଏ ନେଇ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟି ଆସୁଛି l
ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ ସହ ବିଭିନ୍ନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ।
ଭଦ୍ରକ,(ଉତ୍କଳ ନ୍ୟୁଜ),୧୦.୦୭.୨୦୨୫ : ବ୍ୟକ୍ତିଗତ ବିକାଶ ମାଧ୍ୟମରେ ସମାଜକୁ ପରିବର୍ତ୍ତନ ଏବଂ ସମାଜ ପରିବର୍ତ୍ତନ ମାଧ୍ୟମରେ ରାଷ୍ଟ୍ରର ପୁନଃ ନିର୍ମାଣର ଲକ୍ଷ୍ୟ ନେଇ ସ୍ଥାପନା ହୋଇଥିବା ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସହିତ ଜିଲ୍ଲାର ଧାମନଗର ମହାବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଏବଂ ବାସୁଦେବପୁର ନଗରରେ ପତାକା ଉତ୍ତୋଳନ ହେବା ସହ ବୃକ୍ଷ ରୋପଣ କରା ଯାଇଛି। ଭଦ୍ରକ କଲେଜରେ ଶତାଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପରିଷଦର ପତାକା ଉତ୍ତୋଳନ କରା ଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁର୍ଗାଶଙ୍କର ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ, ସମାଜ ଓ ରାଷ୍ଟ୍ର ନିର୍ମାଣରେ ଛାତ୍ର ସମାଜର ଗୁରୁ ଭୂମିକା ରହୁ। ଦେଶ ଗଠନରେ କୌଣସି ଜଣେ ବିଦ୍ୟାର୍ଥୀର ଅଂଶୀଦାର କମି ରହି ନଯାଉ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ପତାକା ଉତ୍ତୋଳନ କରି ବିଦ୍ୟାର୍ଥୀ ପରିଷଦର ଗଠନ, ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟର ଛାତ୍ର ନେତା ତ୍ରିଲୋଚନ ବାରିକ, ଶୁଭମ୍ ପାଢ଼ୀ, ପ୍ରିତୀମା ପଣ୍ଡା, ସଂଗ୍ରାମ ଜେନା, ଶୁଭଶ୍ରୀ ଦେବର୍ଚ୍ଚନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚରମ୍ପା ମହାବିଦ୍ୟାଳୟ ପରିସରରେ ସଂଗଠନ ପକ୍ଷରୁ ପତାକା ଉତ୍ତୋଳନ ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଶ୍ଵନାଥ ଲାହା, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ସୁମିତ୍ରା ସେଠୀ ନେତୃତ୍ବ ନେଇଥିଲେ। ବାସୁଦେବପୁର ନଗରରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିଷଦର ପତାକା ଉତ୍ତୋଳନ ହୋଇଥିଲା। ଏଥିରେ ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଜିଲ୍ଲା ସହ ସଂଯୋଜିକା ପୂଜାରାଣୀ ମଲ୍ଲିକ, ଶୁଭମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମନଗର ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏଥିରେ ନଗର ସମ୍ପାଦକ ହିମାଂଶୁ ମହାରଣା, ସହ ସମ୍ପାଦକ ବିଶ୍ୱାସ ରଞ୍ଜନ ଜେନା ଏବଂ ଶୁଭମ୍ ପରିଡ଼ା, ଆଲୋକ ଦାସ ଓ ବରଦା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।