BREAKING NEWS
  • ଉପ ନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀଙ୍କ ପରଲୋକ। |
  • ଜିଲ୍ଲାର ଦୁଗ୍ଧ ସମବାୟ ସମିତି କୁ “ମାଇକ୍ରୋ ATM” ପ୍ରଦାନ |
  • ତିହିଡି ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ, ଗ୍ରାହକଙ୍କ ହୋ ହାଲ୍କାରେ କମ୍ପିଲା ବଜାର।
  • ତିହିଡି଼ରେ ହେବେନ ଗେଷ୍ଟ ହାଉସ ଉଦଘାଟିତ।
  • ତିହିଡି ବ୍ଲକ ଯୁବ କଂଗ୍ରେସ ସଭାପତି ବିଜେପିରେ ମିଶିଲେ. |
  • ଅନାଥ ତିନି କଅଁଳ ସନ୍ତାନଙ୍କ ଆଖିରେ ଲୁହ, ପଞ୍ଚାୟତ ଓ ପ୍ରଶାସନର ସହାୟତା ଦାବି |
  • ସିଆରଏସ ହାଇସ୍କୁଲର ପରିଚାଳନା କମିଟିର ସଭାପତି ହେଲେ ରତିକାନ୍ତ. |
  • କଣ୍ଡରଗଡିଆ ଗ୍ରାମର ଦୁଇ ଜଣ ଛାତ୍ରଙ୍କ ନିଟ୍ ପରୀକ୍ଷାରେ ସଫଳତା |
  • ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ବିରୁଦ୍ଧରେ ଭଦ୍ରକ ଓକିଲ ସଂଘର ବିକ୍ଷୋଭ |
  • ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ. |

ଆଞ୍ଚଳିକ

ଉପ ନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀଙ୍କ ପରଲୋକ। |

କଟକ ( ଉତ୍କଳ ନ୍ୟୁଜ ). ୨୫-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଉପ ନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀ ଅଜୟ କୁମାର ନାଥ ( ୫୬)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ହୋଇ ଯାଇଛି। ତିହିଡି ଏନଏସି ଅଧୀନ ହରିପୁର ଗ୍ରାମର ଅଜୟଙ୍କ ଘର ବୋଲି ଜଣା ଯାଇଛି। କିଛିଦିନ ପୂର୍ବେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା l ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା l ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସୁପରିଚିତ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମର ଶରୀରକୁ ତାଙ୍କ କାର୍ଯ୍ୟସ୍ଥଳ ଉପ ନିବନ୍ଧକ କାର୍ଯ୍ୟାଳୟକୁ ନିଆ ଯାଇଥିଲା l ଉପନିବନ୍ଧକ ମନୋଜ କୁମାର ବେହେରା, ବରିଷ୍ଠ କିରାଣୀ ହରିଶ କୁମାର ମାରାଣ୍ଡି, କର୍ମଚାରୀ ରଙ୍ଗାଧର ମଲ୍ଲିକ, ବର୍ଷା ଦାସ, ରୀନା ବାରିକ, ପ୍ରଭାତ ପାତ୍ର ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ପରେ ତାଙ୍କ ମର ଶରୀରକୁ ହରିପୁର ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ପୁଅ କିରଣ କୁମାର ନାଥ ମୁଖାଗ୍ନି ଦେଇଥିଲେ l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.
Read More ...

ସିଆରଏସ ହାଇସ୍କୁଲର ପରିଚାଳନା କମିଟିର ସଭାପତି ହେଲେ ରତିକାନ୍ତ. |

କଟକ ( ଉତ୍କଳ ନ୍ୟୁଜ ).୨୩-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଏନଏସି ଅଧିନ ସିଆରଏସ ହାଇସ୍କୁଲ ପରିଚାଳନା କମିଟିର ସଭାପତି ଭାବେ ରତିକାନ୍ତ ଦାସଙ୍କୁ ମନୋନୀତ କରା ଯାଇଛି । ପିଟିଏ ବୈଠକରେ ଅଭିଭାବକ/ଅଭିଭାବିକାମାନେ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ମଧୁସ୍ମିତା ରାଉତ, ଲକ୍ଷ୍ମୀଧର ପାଢ଼ୀ, ସଞ୍ଜୀବ କୁମାର ପଣ୍ଡା, ସଂଗ୍ରାମ କେଶରୀ କର, ଗୋଲକ ପ୍ରସାଦ ଦାସ, ଶଙ୍କର ପ୍ରଧାନ, ବିରକୃଷ୍ଣ ନାୟକ, ସୋନାଲି ମହାପାତ୍ର, ସନ୍ଧ୍ୟାରାଣୀ ମହାଳିକ, ସସ୍ମିତା ପଣ୍ଡା, ମିତାଞ୍ଜଳି ସେଠୀ, ସୁନିତା ଯେନା, ମାନିନୀ ସେଠୀ, ପୁଷ୍ପଲତା ପାଢ଼ୀ, ବାସନ୍ତୀ ବଳ, ରଶ୍ମିତା ବାରିକ, ସଞ୍ଜୁଲତା ପୁଷ୍ଟି ଓ ରଞ୍ଜିତା ବଳ ପ୍ରମୁଖ ୧୬ ଜଣ ମନୋନୀତି କରିଥିଲେ । ସଭାପତି ପଦ ପାଇଁ ରତିକାନ୍ତ ଦାସ, ଉପସଭାପତି ପଦ ପାଇଁ ମଧୁସ୍ମିତା ରାଉତଙ୍କୁ ମନୋନୀତ କରାଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ସୋମେନ୍ଦ୍ରନାଥ ମିଶ୍ର ସିଆରସି ତ୍ରିନାଥ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାକମୀ ସହଯୋଗ କରିଥିଲେ । ସଭାପତି ଭାବେ ମନୋନୀତ ହେବା ପରେ ରତିକାନ୍ତ ଦାସ କମିଟିର ସମସ୍ତ ସଦସ୍ୟ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ଅଭିଭାବକ/ଅଭିଭାବିକା ଓ ଶୁଭେଛୁମାନଙ୍କୁ କୃତଜ୍ଞତା ଜଣେଇବା ସହ ହାଇସ୍କୁଲର ଉର୍ନ୍ନତି ତଥା ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଶାରଳା ହାଇସ୍କୁଲରେ ବନମହୋତ୍ସବ ପାଳିତ।

କଟକ ( ଉତ୍କଳ ନ୍ୟୁଜ ) ୧୭-୦୭-୨୦୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ ଓସ୍ତିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାରଳା ହାଇସ୍କୁଲରେ ବନମହୋତ୍ସବ ପ୍ରଧାନ ଶିକ୍ଷକ ଅନୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଇକୋ କ୍ଲବ ମାଷ୍ଟର୍ ଟ୍ରେନର ଗୋପୀନାଥ ଦାଶ, ସମ୍ମାନୀତ ଅତିଥି ଭାବେ ବନପାଳ ଶୁଭକାନ୍ତ ପଣ୍ଡା, ସୁବ୍ରତ ବେହେରା, ସରପଞ୍ଚ ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ଅନିତା ସେଠୀ ସ୍ୱାଗତ ସମ୍ଭାଷଣ, ଅନିମା ଦାଶ ଅତିଥି ପରିଚୟ, ରୋଜାଲିନ୍ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷୟତ୍ରୀ ରୁବିନା ଖାତୁନ, ଦିପ୍ତିରେଖା ସାହୁ, ଅଭୟ ନାୟକ, ମମତାରାଣୀ ମହାନ୍ତି, ଶିକ୍ଷକ, ସଂଜୟ ମହାନ୍ତି, ସନ୍ତୋଷ ମହାଳିକ, ପ୍ରଦୀପ ମହାନ୍ତି କାର୍ଯକ୍ରମ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରେଖା ମହାଳିକ ଓ ଶୁଭଶ୍ରୀ ମହାଳିକ ପ୍ରମୁଖ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସିପିଏମ୍ ନେତା ରବିନ୍ଦ୍ର ପାତ୍ର ଙ୍କ ସ୍ମୃତି ଚାରଣ ସଭା|

କଟକ ( ଉତ୍କଳ ନ୍ୟୁଜ ). ୯-୦୭-୨୦୨୬ : -ଭଦ୍ରକ ଜିଲ୍ଲା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିପିଆଇ (ଏମ) ଏରଡା ଶାଖାର ପୂର୍ବତନ ସଂପାଦକ, ଓଡିଶା କୃଷକ ସଭାର ପୂର୍ବତନ ଜିଲ୍ଲା କମିଟି ସଭ୍ୟ, ଏରଡା ଗ୍ରାମ ପଞ୍ଚାୟତର ଚାଷୀ ମୂଲିଆ ଓ ଶ୍ରମଜୀବି ଜନଗଣଙ୍କ ପ୍ରିୟ ନେତା ରବିନ୍ଦ୍ର ପାତ୍ରଙ୍କ ସ୍ମୃତି ଚାରଣ ସଭା ତାଙ୍କ ଗ୍ରାମ ଏରଡାରେ ଅବସରପ୍ରାପ୍ତ ଶିକ୍ଷକ ମକରଧର ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା କାଳନ୍ଦୀ ପାତ୍ର, ଚାଷୀ ନେତା ନିରଞ୍ଜନ ପାଣି, ଚାଷୀ ନେତା ମଦନ ଘଡେଇ, ସିପିଆଇ(ଏମ) ଏରଡା ଶାଖା ସଂପାଦକ ଚକ୍ରଧର ପାତ୍ର, ଚାଷୀ ନେତା ଅର୍ଜୁନ ଘଡେଇ, ସମାଜସେବୀ ଡମ୍ବରୁଧର ନାୟକ, ସମାଜସେବୀ ବରେନ୍ଦ୍ର କୁମାର ବାରିକ, ସମାଜସେବୀ ଜଗତାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ରବିନ୍ଦ୍ର ପାତ୍ରଙ୍କ ରାଜନୈତିକ ଓ ସାମାଜିକ ଜୀବନ ସଂପର୍କରେ ଆଲୋଚନା କରିବା ସହ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ରବୀନ୍ଦ୍ର ପାତ୍ରଙ୍କ ଆଦର୍ଶ ବୈଜ୍ଞାନିକ ସମାଜବାଦ ଭାରତରେ ପ୍ରତିଷ୍ଠା ପାଇଁ ଏରଡା ଅଞ୍ଚଳର ଛାତ୍ର ଛାତ୍ରୀ, ଯୁବକ ଯୁବତୀ ଓ ସାଧାରଣ ଜନତା କାର୍ଯ୍ୟକଲେ ତାଙ୍କ ସଂଗ୍ରାମର ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସ୍ମୃତି ଚାରକ ମାନେ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଆଞ୍ଚଳିକ

ଅପରାଧ

ମୁଖ୍ୟ ଖବର

ରାଜ୍ୟ

ମନୋରଞ୍ଜନ

ଜାତୀୟ

ରାଜନୀତି