ଆରୁହା ଗୋପଳ ଜୀୟୁ ବିମାନ ପକ୍ଷରୁ ମେଳନ ଯାତ୍ରା |

247

କଟକ (ଉତ୍କଳ ନ୍ୟୁଜ ) ୨୮-୦୩-୨୦୨୪ : ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ଗୋପଳ ଜୀୟୁ ବିମାନ ପକ୍ଷରୁ ମେଳନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମେଳନ ଯାତ୍ରାରେ ଗ୍ରାମର ଆବାଳ-ବୃଦ୍ଧ-ବନିତା ରାଧାକୃଷ୍ଣଙ୍କ ପ୍ରେମରେ ମସଗୁଲ୍ ହୋଇଥିଲେ । ନୂଆ ବସ୍ତ୍ର ପରିଧାନ ପୂର୍ବକ ପରସ୍ପର ମଧ୍ୟରେ ଅବିର ବୋଳି ହୋଇ ଗାଁ ଦାଣ୍ଡରେ କୋହ୍ଲ ମେଳନ ଅଭିମୁଖେ ଯାତ୍ରା କରିଥିଲେ । ଆରୁହା ଜଗନ୍ନାଥ ମଠରେ ପୂଜାର୍ଚ୍ଚନା କରାଯିବା ପରେ ଆରମ୍ଭ ହୋଇଥିଲା ମେଳନ ଯାତ୍ରା । ଭାଙ୍ଗଡା ବାଜା ସହିତ ପାରମ୍ପରିକ ରଙ୍ଗଢୋଲ ଓ ସଂକିର୍ତ୍ତନ ମଣ୍ଡଳୀ ଜରିଆରେ ଗୋପଳ ଜୀୟଙ୍କୁ ମେଳନ ପଡିଆକୁ ନେଇ ଯାଇଥିଲେ । ଯୁବ ଗୋଷ୍ଠିଙ୍କ ପକ୍ଷରୁ ଆକର୍ଷଣୀୟ ଡିଜେ ବାଜାରେ ନାଚଗୀତରେ ପୁରି ଉଠିଥିଲା ଗାଁ ଦାଣ୍ଡ । ଗୃହସ୍ଥମାନେ ଗାଁ ଦାଣ୍ଡକୁ ଆସି ଗୋପଳ ଜୀୟୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ସହି ଭୋଗ ମଧ୍ୟ ଅର୍ପଣ କରିଥିଲେ । ବାଟରେ ଠାକୁଆ ବାଡିଆଙ୍କୁ ପଣାର ବ୍ୟବସ୍ଥା କରାଯାଇଥିଲା । ଅତି ଚିତାକର୍ଷକ ଢଙ୍ଗରେ ଭକ୍ତମାନେ ମେଳନ ପଡିଆରେ ପ୍ରବେଶ କରିଥିଲେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ମେଳନ ଭାଙ୍ଗିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କମିଟିର ସଭାପତି କରୁଣାକର ନାୟକ, ସମ୍ପାଦକ ପ୍ରକାଶ ନାୟକ, ଅଶ୍ୱନୀ ମଲ୍ଲିକ, ବୁଦ୍ଧିରାମ ସାମଲ, ଚକ୍ରଧର ନାୟକ, ଅର୍ଜୁନ ନାୟକ, ମୁକ୍ତିକାନ୍ତ ସାମଲ, ଗୌରାଙ୍ଗ ବାରିକ, ଭାଗିରଥି ମଲ୍ଲିକ, ଭାଗିରଥି ନାୟକ, ଶ୍ରୀଧର ନାୟକ, କୈଳାସ ନାୟକ, ନୃସିଂହ ନାୟକ, ଚରଣ ବାରିକ ଓ ବୁଦ୍ଧିରାମ ବାରିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |