ଭଦ୍ରକ ଜିଲ୍ଲାର ଚର୍ଚ୍ଚିତ ସର୍ପ ଧରାଳୀ ମିର୍ଜା ମହମ୍ମଦ ଆରିଫ୍ ଗିରଫ୍ |

175

କଟକ (ଉତ୍କଳ ନ୍ୟୁଜ ) ୨୫-୦୩-୨୦୨୪ : ଭଦ୍ରକ ଜିଲ୍ଲା ଆଖପାଖ ଜିଲ୍ଲାର ଚର୍ଚ୍ଚିତ ସର୍ପ ଧରାଳୀ ମିର୍ଜା ମହମ୍ମଦ ଆରିଫ୍ ଗିରଫ୍ । ବେଆଇନ ଭାବେ ସାପ ଧରୁଥିବା ଏବଂ ତାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭଦ୍ରକ ଫରେଷ୍ଟ ରେଞ୍ଜର ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲାର ଦୋଳସାହି ଅଂଚଳରୁ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଦୁଇଟି ନାଗ ସାପ ସହିତ ଗୋଟିଏ ବାଡ଼ି ଜବତ କରା ଯାଇଛି । ତେବେ ମିର୍ଜା ଆରିଫ ବିଗତ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ହେବ ଭଦ୍ରକ ସମେତ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଓ ଘରେ ପଶିଥିବା ସାପ ଗୁଡିକୁ ଧରି ଜଙ୍ଗଲରେ ଛାଡି ଆସୁଥିଲେ । ତେବେ ସାପ ଧରୁଥିବାର ଦୃଶ୍ୟକୁ ଜଣେ ଭିଡିଓ ଗ୍ରାଫରଙ୍କ ଦ୍ୱାରା ରେକର୍ଡିଂ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଆସୁଥିଲେ । ତେବେ ମିର୍ଜା ବନ୍ୟ ପ୍ରାଣୀ ଡିଭିଜନରୁ କୌଣସି ଲାଇସେନ୍ସ ନନେଇ ବେଆଇନ୍ ଭାବେ ସାପ ଧରୁଥିଲେ ଏବଂ ତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଆସୁଥିବା ଅଭିଯୋଗରେ ଭଦ୍ରକ ରେଞ୍ଜ ପକ୍ଷରୁ ବାରମ୍ବାର ଲାଇସେନ୍ସ ପାଇଁ ଆବେଦନ କରିବାକୁ କୁହା ଯାଉଥିଲେ ମଧ୍ୟ ସେ ତାହାକୁ ଖାତିର କରୁ ନଥିଲେ । ତେବେ ପିସିସିଏଫଙ୍କ ନିଦ୍ଦେର୍ଶକ୍ରମେ ତାଙ୍କୁ ତାଙ୍କୁ ଗିରଫ କରାଯାଇଥିବା ଭଦ୍ରକ ଫରେଷ୍ଟ ରେଞ୍ଜ ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |