ଚୌଦ୍ୱାର ସ୍ଥିତ ଓଡିଶା ର ଏକମାତ୍ର ନାବାଳକ ନିଶାମୁକ୍ତି କେନ୍ଦ୍ର ରେ ହୋଲି ପର୍ବ ପାଳନ ହୋଇଯାଇଛି |

41

କଟକ (ଉତ୍କଳ ନ୍ୟୁଜ ) ୨୮-୦୩-୨୦୨୪ : ଚୌଦ୍ୱାର ସ୍ଥିତ ଓଡିଶା ର ଏକମାତ୍ର ନାବାଳକ ନିଶାମୁକ୍ତି କେନ୍ଦ୍ର ରେ ହୋଲି ପର୍ବ ପାଳନ ହୋଇଯାଇଛି | ପବିତ୍ର ହୋଲି ପର୍ବ ରେ ଚୌଦ୍ୱାର ରେ ଥିବା ଓଡିଶା ର ଏକମାତ୍ର ନିଶା ସେବନକାରୀ ନାବାଳକ ଙ୍କ ପାଇଁ ଖୋଲା ଯାଇଥିବା ପରିବର୍ତନ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ସେବା ସଂସ୍ଥା ରେ ଆଜି ପରିଚାଳନା ସଂସ୍ଥା ଉଦ୍ଧାର ଫାଉଣ୍ଡେସନ ସଂଗଠନ ସମସ୍ତ କର୍ମକର୍ତା, ସ୍ଥାନୀୟ ବୁଦ୍ଧିଯିଵୀ, ଶିକ୍ଷାବିତ ମାନେ ମିଶି ନିଶା ସେବନ କରି ନାବାଳକ ଙ୍କ ସହ ହୋଲି ଖେଳି ଥିଲେ l ନାବାଳକ ଅନ୍ତେବାସୀ ମାନେ ହୋଲି ଖେଳିଥିଲେ l ହୋଲି ଖେଳିବା ସହ ମିଷ୍ଠାନ, ଦହିପଣା, ଦହିବରା ଓ ପୋଡ଼ ପିଠା ବ୍ୟବସ୍ଥା ହୋଇଥିଲା l ଉପସ୍ଥିତ ଥିବା ଉଦ୍ଧାର ଫାଉଣ୍ଡେସନ ସଦସ୍ୟ ସଦସ୍ୟା ମାନେ ସଂଗୀତ ମାଧ୍ୟମ ରେ ନୃତ୍ୟ ଗୀତ ରେ ଅନ୍ତେବାସୀ ଙ୍କୁ ମନୋରଞ୍ଜନ କରିଥିଲେ l ପବିତ୍ର ହୋଲି ପର୍ବ କାର୍ଯ୍ୟକ୍ରମ ରେ ଉଦ୍ଧାର ଫାଉଣ୍ଡେସନ ଅଧକ୍ଷା ଭାରତୀ ଦାସ ପୌରା ହିତ ରେ କାର୍ଯ୍ୟକ୍ରମ ଚାଲିଥିଲା l ଏହି ହୋଲି କାର୍ଯ୍ୟକ୍ରମ ଉଦ୍ଧାର ଫାଉଣ୍ଡେସନ ର ବରିଷ୍ଠ ମହିଳା ଉପଦେଷ୍ଟା ପ୍ରମିଳା ଓଝା, ଗୋଲାପ ସିଂ, ଉପ ସଭାପତି ଦିଲୀପ କୁମାର ସାହୁ,ସହ ସମ୍ପଦକ ସରୋଜ ସାହୁ, ସଞ୍ଜୟ ଦାସ,ସଂଜୀବ ସାହୁ, ରାହୁଲ ରାଓ, ମନୀଷା ନାଥ ଓ ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର ଦାୟିତ୍ୱ ରେ ଥିବା ପ୍ରିୟଙ୍କା ଦାସ, ବଦ୍ରିନାରାୟଣ ଅଧିକାରୀ ଓ ସୁବ୍ରତ ଖଟୁଆ ପ୍ରମୁଖ ସହଯୋଗ କରି ହୋଲି ପର୍ବ ପାଳନ କୁ ସଫଳତା ଦେଇଥିଲେ l