ବିଧାୟକ ପ୍ରାର୍ଥିଭାବେ ଭଦ୍ରକ ଜିଲ୍ଲାରେ ୪ ଜଣ ପୁରୁଣା ଓ ଜଣେ ନୂଆ ମୁହଁ |

92

କଟକ (ଉତ୍କଳ ନ୍ୟୁଜ ) ୨୮-୦୩-୨୦୨୪ : ବିଜୁ ଜନତା ଦଳରେ ବିଧାୟକ ପ୍ରାର୍ଥିଭାବେ ଭଦ୍ରକ ଜିଲ୍ଲାର ୪ ଜଣ ପୁରୁଣା ମୁହଁ ସମେତ ଜଣେ ନୂଆ ମୁହଁ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରାର୍ଥିୀ କରିଥିବା ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦ୍ୱିତୀୟ ଥର, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ତୃତୀୟ ଥର, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଦ୍ୱିତୀୟ ଥର, ଭଣ୍ଡାରୀ ପୋଖରୀ ବିଧାୟକ ତଥା ବରିଷ୍ଠ ନେତା ପ୍ରଫୁଲ ସାମଲଙ୍କୁ ପୂନର୍ବାର ପ୍ରାର୍ôଥ କରାଯାଇଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀର ନୂଆ ମୁହଁ ଡାକ୍ତର ସଞ୍ଜୟ ଦାସଙ୍କୁ ମିଳିଛି ପ୍ରାର୍ଥିତ୍ୱ । ନୂଆ ମୁହଁ ହୋଇଥିଲେ ମଧ୍ୟ ଡାକ୍ତର ସଞ୍ଜୟ ଦାସ ବିଜୁ ଜନତା ଦଳରେ ଯୋଗଦେଇ ବିଗତ ଦେଢ ବର୍ଷ ହେଲା ଲୋକଙ୍କ ସେବା କରିଆସୁଛନ୍ତି । ଗତ ନିର୍ବାଚନ ଏବଂ ଉପନିର୍ବାଚନରେ ଏହି ଆସନଟି ବିରୋଧିଙ୍କ ହାତକୁ ଯାଇଥିଲା ହେଲେ ଏଥର ବିଜେଡିକୁ ଫେରିବା ନେଇ ଦଳ ଖୁବ୍ ଆଶାବାଦି । ବାସୁଦେବପୁର ନିର୍ବାଚନଟି ବିରୋଧି ଶୂନ୍ୟ କରିବା ନେଇ ବିଧାୟକଙ୍କ ସମେତ ବାସୁଦେବପୁର ବ୍ଲକର ୩୬ଟି ପଞ୍ଚାୟତ ଓ ଏନଏସିର ୧୯ଟି ୱାର୍ଡ ଏବଂ ତିହିଡି ବ୍ଲକର ୯ଟି ପଞଞ୍ଚାୟତର ନେତାମାନେ ବେଶ ସକ୍ରିୟ ହୋଇଛନ୍ତି । ମନ୍ତେଇ ନଦୀରେ ସେତୁ ନିର୍ମାଣ ସହ ଗ୍ରାମାଞ୍ଚଳରେ ରାସ୍ତାଘାଟ ଓ ଦୁଇ ବ୍ଲକର ବୃହତ୍ ବସଷ୍ଟାଣ୍ଡର ଭିତ୍ତିଭୂମି ପ୍ରସ୍ତୁତ କରି ପାରିଛନ୍ତି । ବିରୋଧିଙ୍କ ମାତ୍ ଦେବା ଲାଗି ଚାଲିଛି ଅଙ୍କକଶା ଓ କଶରତ । ସେହିପରି ବିଗତ ଦୁଇ ପାଳିରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଉନ୍ନତି କରଣରେ ଭୌଗଳିକ ସ୍ଥିତି ବଦଳାଇ ପାରିଛନ୍ତି । ୪ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ଆଣି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସମେତ ୧୩୨ ଗ୍ରୀଡ୍ ସ୍ଥାପନ, ମନ୍ତେଇ ନଦୀରେ ସେତୁ ନିର୍ମାଣ ଏପରିକି ମେଗା ପ୍ରକଳ୍ପପ ଜରିଆରେ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଇବାରେ ସକ୍ଷମ ହୋଇଛନ୍ତି । ତେବେ ଭଦ୍ରକ ଓ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଦଳ ମଧ୍ୟରେ ସାମାନ୍ୟ ଅଦଳ ବଦଳ ହୋଇଛି । ପୁରୁଖ ନେତା ବିଧାୟକ ପ୍ରଫୁଲ ସାମଲଙ୍କୁ ଭଦ୍ରକରେ ଏବଂ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିିକଙ୍କୁ ଭଣ୍ଡାରୀ ପୋଖରୀରେ ଥଇଥାନ କରାଯାଇଛି । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳଭାବେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିବା ସହ ଭଦ୍ରକ ସାଂସଦ ଆସନଟି ମଧ୍ୟ ହାତେଇବ ବୋଲି ବେଶ ଆଶା ବାନ୍ଧିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିିପୋର୍ଟ ଉତ୍କଳ ନ୍ୟୁଜ |