ପୋଷ୍ଟର ଓ ପାମ୍ପଲେଟ ମୁଦ୍ରଣ ଉପରେ କଟକଣା |

130

କଟକ (ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୪ : ରାଜ୍ୟ ରେ ଆଦର୍ଶ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବ ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି | ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର ଓ ପାମ୍ପଲେଟର ସମ୍ମୁଖ ଭାଗ ରେ ମୁଦ୍ରଣକାରୀ ସଂସ୍ଥା ର ନାମ ଓ ଠିକଣା ମୁଦ୍ରିତ ରହିବ ବାଧ୍ୟତାମୂଳକ କରାଯାଇଛି | କୌଣସି ବ୍ୟକ୍ତି ନିର୍ବାଚନ ପୋଷ୍ଟର ବା ପାମ୍ପଲେଟ ମୁଦ୍ରଣ କରିବାକୁ ଚାହୁଁଥିଲେ ସେଥିରେ ମୁଦ୍ରଣକାରୀ ସଂସ୍ଥା ର ପରିଚୟ ଠାବ ସତ୍ୟପାଠ , ତାଙ୍କର ଦସ୍ତଖତ ଏବଂ ସେହି ସତ୍ୟତାକୁ ସମର୍ଥନ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କ (ଯେଉଁମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବେ ) ପ୍ରତିସ୍ୱାକ୍ଷର ରହିଥିବା ଆବଶ୍ୟକ | ଦସ୍ତାବିଜଟି ମୁଦ୍ରିତ ହେବା ପରେ ନିର୍ଧାରିତ ସମୟ ମଧ୍ୟ ରେ ଏହି ସତ୍ୟପାଠ ର ନକଲ ସହିତ ଦସ୍ତାବିଜ ର ଏକକିତା ନକଲ ମୁଦ୍ରଣକାରୀ ସଂସ୍ଥା ନିକଟକୁ ପଠାଯିବା ସହ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନ୍କ ନିକଟ କୁ ପଠାଯିବା ଆବଶ୍ୟକ | ଏହି ନିୟମବଳି ର ଖିଲାପକାରୀ ଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ | ଏଥିସ ଏହା ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ଛାପା ଗଣମାଧ୍ୟମ ରେ କୌଣସି ରାଜନୈତିକ ଦଳ ଓ ନେତା ଙ୍କ ସପକ୍ଷ ବା ବିପକ୍ଷ ରେ ପ୍ରକାଶ ପାଉଥିବା କୌଣସି ବିଜ୍ଞାପନ କିମ୍ବା ନିର୍ବାଚନ ସମ୍ପର୍କିତ ଘଟଣା ରେ ସମ୍ପୃକ୍ତ ନାମ ଓ ଠିକଣା ରହିବ ବାଧ୍ୟତାମୂଳକ କରାଯାଇଛି |