ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଦ୍ୱାରା ମହିଷାଲଣ୍ଡା - ମାଛପଙ୍ଗି ଦୁଧୀଆନାଳି ଠାରୁ କରଞ୍ଜି ନୂତନ ରାସ୍ତା ର ଶୁଭ ଶିଳାନ୍ୟାସ |

686

କଟକ(ଉତ୍କଳ ନିଉଜ)୧୭/୦୩/୨୦୨୪ :ନିର୍ବାଚନ ପୂର୍ବରୁ ପଞ୍ଚାୟତ ବାସୀଙ୍କ କଥା ରଖିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ମାଛପାଙ୍ଗି ଦୁଧିଆ ନାଳୀ ରାସ୍ତା ର ଶୁଭ ଉଦଘାଟନ କଲେ । ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା ପଂଚାୟତ ରେ ନୂତନ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ କଲେ | ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଷାଲଣ୍ଡା - ମାଛପଙ୍ଗି ଦୁଧୀଆନାଳି ଠାରୁ କରଞ୍ଜି ନୂତନ ରାସ୍ତା ର ଶୁଭ ଶିଳାନ୍ୟାସ କରିଥିଲେ | ଗ୍ରାମବାସୀ ରାସ୍ତା ର ଅବ୍ୟବସ୍ଥା କୁ ନେଇ ବାରମ୍ବାର ଅଭିଯୋଗ ପରେ ଶନିବାର ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବ ରୁ ୩ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ରେ ଏହି ରାସ୍ତା ରେ ଶୁଭ ଶିଳାନ୍ୟାସ କରିବାସହ ଏମବିକେ ମହିଳାଙ୍କୁ ଲାପଟପ୍ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯୁବ ବିଜେଡ଼ି ସଭାପତି ତଥା ବ୍ରହ୍ମପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରଞ୍ଜିତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହିଶାଲଣ୍ଡା ସରପଞ୍ଚ କଲ୍ୟାଣୀ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ୍ ପ୍ରଧାନ ଓ ପାଞ୍ଚ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ମହିସାଲଣ୍ଡା ଗ୍ରାମର ବିଦ୍ୟାଧର ରାଉତ , ପ୍ରଶାନ୍ତ ବେହେରା , ଦେବୀ ପ୍ରସାଦ ସ୍ଵାଇଁ ,ହାରି ପ୍ରସାଦ ସାମଲ ,ଜ୍ଞାନ ରଞ୍ଜନ ରାଉତ , ସୁବାସ ସାହୁ , ନମିତା ସ୍ଵାଇଁ ମଙ୍ଗରାଜପୁର ସଭାପତି ଅଶୋକ ପରିଡ଼ା ,ସରପଞ୍ଚ ଦେବେନ୍ଦ୍ର ପାଣ୍ଡବ ଶଙ୍କରପୁର ସରପଞ୍ଚ ପ୍ରମୋଦିନି ଖଟୁଆ ,ସମିତି ସଭ୍ୟ ସୁକାନ୍ତ ରାଉତ ବ୍ରହ୍ମପୁର ପଞ୍ଚାୟତର ସଭାପତି ରବୀନ୍ଦ୍ର ସାହୁ ,ସରପଞ୍ଚ ଜଗନ୍ନାଥ ଦାସ ବଡ ସାମନ୍ତରାପୂର ଗ୍ରାମର ସୁକାନ୍ତ ଜେନା ଙ୍କ ସହ ଆଠଗଡ ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତର ବହୁ ଦଳୀୟ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।