ଶ୍ରୀ ଶ୍ରୀ ସନିଶ୍ଚର ଦେବଙ୍କ ମନ୍ଦିର ର ଦ୍ୱିତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ |

33

କଟକ(ଉତ୍କଳ ନିଉଜ)୧୭/୦୩/୨୦୨୪ :ଶ୍ରୀ ଶ୍ରୀ ସନିଶ୍ଚର ଦେବଙ୍କ ମନ୍ଦିର ର ଦ୍ୱିତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି |ବିରୂପା ନଦୀ କୁଳ ପୁରୁଣା ଜଗତପୁର ଗ୍ରାମ ର ସନିଦେବ ଙ୍କ ମନ୍ଦିରରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଦ୍ୱିତୀୟ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳୁ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ଗ୍ରାମ ର ୨ ଶହ ରୁ ଉର୍ଦ୍ଧ ମହିଳା ମାନଙ୍କ ଦ୍ୱାରା କଳସ ଶୋଭା ଯାତ୍ରା କରାଯାଇ ଜଗତପୁର ବଟ ମହାନଦୀ ରୁ ଜଳ ଆଣିଥିଲେ ।ଗ୍ରାମର ମୁଖ୍ୟ ପ୍ରବେଶ ଦ୍ଵାର ରେ ନୂତନ ଭାବେ ନିର୍ମିତ ବିରାଟ ତୋରଣ ର ଶୁଭ ଉଦଘାଟନ କରିଥିଲେ ଗ୍ରାମର ମହିଳାମାନେ । ଗ୍ରାମର ଯୁବ ସମାଜ ସେବୀ ତଥା ମୂରବୀ କିଶୋର ଚନ୍ଦ୍ର ଭୂୟାଁ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗ ଓ ନିଜସ୍ଵ ଅର୍ଥରେ ନିର୍ମିତ ଏହି ବିରାଟ ତୋରଣ କୁ ଗ୍ରାମର ମହିଳା ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଉଦଘାଟନ କରିବାର ଏକ ନୂଆ ପରମ୍ପରା ସୃଷ୍ଟି କରିଥିଲେ ଗ୍ରାମବାସୀ । ଶ୍ରୀ ଶ୍ରୀ ସନିଦେବଙ୍କ ଦୁଇଦିନ କାର୍ଯ୍ୟକ୍ରମ ରେ ହୋମ ଯଜ୍ଞ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଦୁଇଦିନ ଭଜନ ସନ୍ଧ୍ୟା ,ମିନାବଜାର ସାଙ୍ଗକୁ ଆତସବାଜି କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁ ସନି ଦେବଙ୍କ ଦର୍ଶନ କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଘଣ୍ଟ, ଘଣ୍ଟି ,ଶଙ୍ଖ ,ହରିବୋଲ ହୁଳହୁଳି ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ଉପସ୍ଥିତ ରହି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ । ଗ୍ରାମର କିଶୋର ଚନ୍ଦ୍ର ଭୂୟାଁ ,ବିଜୟ କୁମାର ଭୂୟାଁ ,ମହେନ୍ଦ୍ର କୁମାର ନାୟକ ,ଚନ୍ଦ୍ର ମୋହନ ଚୌଧୁରୀ ,ଶରତ ଚନ୍ଦ୍ର ବେହେରା , ଜଗଦାନନ୍ଦ ସାହୁ , ରଜନୀକାନ୍ତ ନାୟକ ,ପ୍ରତାପ ଚନ୍ଦ୍ର ବେହେରା , ଜୟଦେବ ଓଝା ,ଯୋଗେଶ ଦାସ ,ଚିନ୍ତାମଣି ଦାସ ,ଅଶୋକ କୁମାର ବେହେରା , ଅମର ବେହେରା , ସଂଜୀବ ବେହେରା ,ଦେବେନ୍ଦ୍ର ଚନ୍ଦ୍ର ବେହେରା , ରମେଶ ଚନ୍ଦ୍ର ବେହେରା , କଲ୍ୟାଣୀ ଭୂୟାଁ , ମମତା ମଞ୍ଜରୀ ବେହେରା , ତମସା ସ୍ଵାଇଁ , ବ୍ରଜକିଶୋର ସାହୁ ,ଯ୍ୟୋର୍ତିମୟୀ ନାୟକ ,ସୁଲୋଚନା ଜେନା ,ସଂଯୁକ୍ତା ସାହୁ ,ମଞ୍ଜୁଲତା ବେହେରା , ମାନସ କୁମାର ନାୟକ ଙ୍କ ସହ ଗ୍ରାମର ବରିଷ୍ଠ ବ୍ୟକ୍ତି ଯୁବକ ,ମହିଳା ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।