ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିର ର ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ |

48

କଟକ (ଉତ୍କଳ ନ୍ୟୁଜ ) ୪-୦୩-୨୦୨୪ ; ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିର ର ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ସାଲିଆସାହିର ସ୍ଵାଧୀନ ନଗର ରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରରଷଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ବର ର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ,ମାତୃପ୍ରେମୀ ଇଂ ସୁବାଷ ଚନ୍ଦ୍ର କର,ଓଡିଶା ମତ୍ସ୍ୟ ନିଗମ ର ଚେୟାରମ୍ୟାନ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର ,ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିର ର ପ୍ରତିଷ୍ଠାତା ମହେଶ୍ୱର ମଲ୍ଲିକ, ସମ୍ପାଦିକା ଶ୍ରୀମତୀ ମନୋରମା ମଲ୍ଲିକ,ପ୍ରଧାନ ଶିକ୍ଷକ ଶ୍ରୀ ଶୁଭ୍ରାଂଶୁ ଶେଖର ରାଉତ, ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତି ଦିଲ୍ଲିପ କୁମାର ପାଇକରାୟ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ କୁନି କୁନି କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସର୍ବଶେଷରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।