ତିହିଡିକୁ ଏନଏସି ଘୋଷଣା କରାନଗଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି |

75

କଟକ (ଉତ୍କଳ ନ୍ୟୁଜ ) ୨୮-୦୨-୨୦୨୪: ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ଘୋଷଣା କରାନଗଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଏନେଇ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ପ୍ରତିବାଦ ସହ ରାଜରାସ୍ତାକୁ ଉହ୍ଲାଇବ ବୋଲି ଚେତାବନି ଦିଆଯାଇଛି । ମଙ୍ଗଳବାର ଅପରାହ୍ନରେ ଦୀନଦୟାଲ ଭବନ ପରିସରରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲା ସଭାପତି ଦୀନବନ୍ଧୁ ପତିଙ୍କ ଆବାହକତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ସୁଧାଂଶୁ ପାଣିଗ୍ରାହୀ, ପ୍ରମୋଦ ଦାସ, ସୀତାକାନ୍ତ ନାୟକ, ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ରତିକାନ୍ତ ଦାସ, କେଶବ ବେହେରା ଓ ଦେବବ୍ରତ ପାଢ଼ୀ ପ୍ରମୁଖ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହି ତିହିଡ଼ିକୁ ଏନଏସି କରାନଯିବା ଘଟଣାର ତୀବ୍ର ନିନ୍ଦା କରିଥିଲେ । ରାଜ୍ୟ ବିଜେଡି ସରକାରର ତିହିଡ଼ି ପ୍ରତି ଭୀଷଣ କୁଠାରଘାତ, ତିହିଡ଼ିବାସୀଙ୍କ ଦୀର୍ଘଦିନର ଦାବିକୁ ପ୍ରତ୍ୟାଖ୍ୟାନ । ବ୍ଲକର ଦୁଇଜଣ ଲୋକ ପ୍ରତିନିଧି ବିଧାୟକଙ୍କର ଅପାରଗତା ଓ ଅପରିଣାମଦର୍ଶିତା ପାଇଁ ତିହିଡ଼ି ଆଜି ଅବହେଳିତ । ଏହି ଅଞ୍ଚଳ ହରାଇଛି ତାହାର ସୌର୍ଯ୍ୟ, ସୌନ୍ଦର୍ଯ୍ୟ ଓ ସମୃଦ୍ଧି । ନାହିଁ ନାହିଁରେ ତିହିଡ଼ି ମୁଖ୍ୟଦପ୍ତରର ମୁଖଶାଳା । ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଛନ୍ତି । ତିହିଡ଼ି ଦୀର୍ଘବର୍ଷ ହେଲା ସମସ୍ତ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ଭଦ୍ରକ ଜିଲାକୁ ଗୋଟିଏ ଏନଏସି ମିଳିଥିବା ବେଳେ ତିହିଡ଼ିକୁ ଘୃଣାଚକ୍ଷୁରେ ମଧ୍ୟ ଦେଖିଲେ ନାହିଁ । ତିହିଡ଼ି ଗୋଟିଏ ବ୍ଲକ ଓ ତହସିଲ ସଦରମହକୁମା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ ବହୁ ସଂଖ୍ୟକ କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ି ବଜାରରେ ରହିଛି । ଖୁବ ଶୀଘ୍ର କୋର୍ଟ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ତିହିଡ଼ିର ସଦର ଭାଟପଡ଼ା ପଞ୍ଚାୟତ ଏକ ବୃହତ ପଞ୍ଚାୟତ ଓ ଯାହାର ଲୋକସଂଖ୍ୟା ୧୦ ହଜାରରୁ ଉର୍ଦ୍ଧ୍ୱ । ତେବେ ପଞ୍ଚାୟତ ଗଠନ ବେଳେ ଏହାକୁ ଭାଗ କରାଇଦିଆଗଲା ନାହିଁ । ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା ଭାଟପଡ଼ା ଓ ଅନ୍ୟ କେତେକ ପଞ୍ଚାୟତକୁ ନେଇ ତିହିଡ଼ି ଏନଏସି ଗଠନ ହେବ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ସରକାରଙ୍କ ମାତ୍ରାଧିକ ବୈମାତୃକ ମନୋଭାବ ଯୋଗୁ ତିହିଡ଼ି ଏନଏସିରୁ ବଞ୍ôଚତ ହୋଇଛି । ଏଥିପାଇଁ ନବୀନ ସରକାର, ସରକାରୀ ଦଳର ସମସ୍ତ ଅଯୋଗ୍ୟ ପ୍ରତିନିଧି ଓ କାର୍ଯ୍ୟକର୍ତା ଙ୍କୁ ବିଜେପି ଦାୟୀ କରିଛି । ୭ ଦିନ ମଧ୍ୟରେ ତିହିଡ଼ିକୁ ଏନଏସି ଘୋଷଣା କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ତିହିଡ଼ିରେ ଡାକ୍ତରଖାନା, ଡାକବଙ୍ଗଳା, ବଷଷ୍ଟାଣ୍ଡ, ଡ୍ରେନେଜ, ଆଲୋକୀକରଣ ପରି ବହୁ ସମସ୍ୟା ରହିଛି ଯାହା ପ୍ରତି ଶାସକ ଦଳ ସଂପୂର୍ଣ୍ଣ ଉଦାସୀନ ରହିଛି ବୋଲି ଆରୋପ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |