ଆଇନ ସହାୟକ ତଥା ଜଣ ଅଭୀରକ୍ଷକ କାର୍ଯ୍ୟାଳୟ ଉଦ୍ଘାଟନ |

31

କଟକ (ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୪ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଆଇନସେବା ଭବନ ) କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ରାଜ୍ୟ ରେ ୧୦ ଗୋଟି ଜିଲ୍ଲା ରେ " ଆଇନ ସହାୟକ ତଥା ଜଣ ଅଭୀରକ୍ଷକ କାର୍ଯ୍ୟାଳୟ " (Legal Aid Defense Council System Office ) ର ଉଦଘଟାନ କାର୍ଯ୍ୟକ୍ରମ ୨୨-୦୨-୨୦୨୪ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଓଡିଶା ଉଚ୍ଚ ନ୍ୟାୟଳୟ ର ମୁଖ୍ୟ ବିଚାରପତି ତଥ ରାଜ୍ୟ ଆଇନ ସେବା ପ୍ରାଧିକରଣ ର ଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଚକ୍ରଧାରୀ ଶରଣ ସିଂ ଯୋଗଦେଇ ରାଜ୍ୟ ର ବରଗଡ଼ , ଭଦ୍ରକ , ବୌଦ୍ଧ , ଗଜପତି , ଜଗତସିଂପୁର , ନବରଙ୍ଗପୁର , କେନ୍ଦ୍ରାପଡା , ଝାରସୁଗୁଡା ପୁରୀ ଓ ସୋନପୁର ଆଦି ଜିଲ୍ଲା ରେ ଉକ୍ତ " ଆଇନ ସହାୟକ ତଥା ଜଣ ଅଭୀରକ୍ଷକ କାର୍ଯ୍ୟାଳୟ " ଗୁଡିକର , ଓଡିଶା ଉଚ୍ଚ ନ୍ୟାୟଳୟ ର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ]ମାନ୍ୟବର ନ୍ୟାୟମୂର୍ତ୍ତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଉଚ୍ଚ ନ୍ୟାୟଳୟ ର ଅନ୍ୟ ମାନ୍ୟବର ବିଚାରପତି ବୃନ୍ଦ ଙ୍କ ଉପସ୍ଥିତି ରେ ଆଭାସୀ କାର୍ଯ୍ୟକ୍ରମ , ମାଧ୍ୟମ ରେ ଉଦ୍ଘାଟନ କରିଥିଲେ ଓ ରାଜ୍ୟ ରେ ପ୍ରତ୍ୟେକ ଅପରାଧିକ ମାମଲା ରେ ଗୁଣାତ୍ମକ ଏବଂ ଦକ୍ଷ ଆଇନ ସେବା ଯୋଗାଇ ଦେବା ଓ ବୃତ୍ତିଗତ ଢଙ୍ଗ ରେ ଆଇନଗତ ସହାୟତା ବ୍ୟବସ୍ଥା କୁ ପରିଚାଳନା କରି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ଉଚ୍ଚନ୍ୟାୟଳୟ ର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ଉଚ୍ଚନ୍ୟାୟଳୟ ର ରେଜିଷ୍ଟ୍ରି ବୃନ୍ଦ ଓ ସମସ୍ତ ଜିଲ୍ଲା ର ଜିଲ୍ଲା ଜଜ ଓ ଅନୁ ବିଚାର ବିଭାଗୀୟ ଅଧିକାରୀ , ଉପରୋକ୍ତ ଜିଲ୍ଲ ର ଅଧିବକ୍ତା ସଂଘର ସଦସ୍ୟ ଗଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ର ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଉପସଚିବ ସୃତି ରଞ୍ଜନ ମହାପାତ୍ର ଏବଂ ସହ ସଚିବ ଶ୍ରୀ ସୃଜନ ସାରସ୍ୱତ ଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ପରିଚାଳିତ କରଯାଇଥିଲା | ରାଜ୍ୟ ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ |