ରୋମାଣ୍ଟିକ୍ କବିତାରେ ପ୍ରକୃତି ହେଉଛି ଏକ ଆଧିଭୌତିକ ଉପାଦାନ, ବିଏନଏମଏ କଲେଜ ଇଂରାଜୀ ସମ୍ମାନ ବିଭାଗର ପାଠଚକ୍ର |

61

କଟକ (ଉତ୍କଳ ନ୍ୟୁଜ ) ୮-୦୧-୨୦୨୪ : ଇଂରାଜୀ ରୋମାଣ୍ଟିିକ୍ କବିତା ପ୍ରକୃତି ନିର୍ଭର । ରୋମାଣ୍ଟିିକ୍ କବିମାନେ ଅନେକ ସମୟରେ ଆଶାତୀତ ବର୍ଣ୍ଣନା ମାଧ୍ୟମରେ ଆଶ୍ଚର୍ଯ୍ୟର ସମାବେଶ ଘଟାଇଥାନ୍ତି ଓ ପ୍ରକୃତି ଜଗତକୁ ହିଁ ପ୍ରଧାନ ଅବଲମ୍ବନ ଭାବେ ଗ୍ରହଣ କରିଥାନ୍ତି ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବିରଞ୍ôଚ ନାରାୟଣ ମାଧବ ଅର୍ଜୁନ କଲେଜର ଇଂରାଜୀ ସମ୍ମାନ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ପାଠଚକ୍ରରେ ଅତିଥି ମତବ୍ୟକ୍ତ କରିଛନ୍ତି । ନେଚର ଏଜ ଏ ମେଟାଫାଇଜିକାଲ୍ ଏଣ୍ଟିିଟି ଇନ ରୋମାଣ୍ଟିିକ୍ ପଏଟ୍ରି ଶୀର୍ଷକ ପାଠଚକ୍ରଟିକୁ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡା ଉଦଘାଟନ କରିଥିଲେ । ବିଷୟ ବିଷାରଦ ଭାବେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମକିଶୋର ମହାନ୍ତି ଯୋଗଦେଇ ରୋମାଣ୍ଟିିକ୍ କବିମାନଙ୍କ ମେଟାଫିଜିକାଲ ବର୍ଣ୍ଣନା ରୀତି ସମଗ୍ର ବିଶ୍ୱସାହିତ୍ୟକୁ ପ୍ରଭାବିତ କରିଛି ବୋଲି କହିଥିଲେ । ବିଭାଗମୁଖ୍ୟ ଅଧ୍ୟାପକ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାଠଚକ୍ରରେ ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ଭୁଏ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁସ୍ମିତା ପଣ୍ଡା ଓ ଡକ୍ଟର ସାନ୍ଦ୍ରା ରୋଜାରିଓ ବିଷୟବସ୍ତୁ ଉପରେ ଆଲୋକପାତ କରିଥିବା ବେଳେ ଛାତ୍ରୀ ପୂଜାରାଣୀ ତ୍ରିପାଠୀ, ଅର୍ଚ୍ଚନା ମହାଳିକ, ଅର୍ଚ୍ଚନା କର, ପୁଷ୍ପାଞ୍ଜଳି ପାଢ଼ୀ ଭତ୍ତିପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପକ ସୌମେନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଛାତ୍ରଛାତ୍ରୀଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ପାଠଚକ୍ରରେ ଅଂଶଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |