ରାଜ୍ୟ ରେ ପୁଣି ମୁଣ୍ଡ ଟେକିଲାଣି କରୋନା , ୩ କରୋନା ଆକ୍ରାନ୍ତ ଚିହ୍ନଟ |

29

କଟକ (ଉତ୍କଳ ନ୍ୟୁଜ ) ରାଜ୍ୟ ରେ ଧୀରେ ଧୀରେ ପୁଣି ମୁଣ୍ଡ ଟେକିଲାଣି କରୋନା | ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବା ରେ ଲାଗିଲାଣି | ଗୁରୁବାର ରାଜ୍ୟ ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୮ ରେ ପହଂଚିଛି | ଗତ ୨୪ ଘଣ୍ଟା ମଧ୍ୟ ରେ ୬୯୦ ଜନନଙ୍କ ର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା | ସେଥିମଧ୍ୟ ରୁ ୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି | ଉକ୍ତ ରୋଗୀ ମାନଙ୍କୁ ଆଇସୋଲେସନ ରେ ରଖାଯାଇଛି | ତେବେ ଆକ୍ରାନ୍ତ ଙ୍କୁ ନେଇ କେହି ଆତଙ୍କିତ ନ ହେବ ପାଇଁ ଜନସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି |